Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାରଳାଖେମୁଣ୍ଡି ଠାରେ ଜିଲ୍ଲାସ୍ତରୀୟ ୧୯ ତମ ଜାତୀୟ ପରିସଂଖ୍ୟାନ ଦିବସ ପାଳିତ

ପାରଳାଖେମୁଣ୍ଡି:୨୯/୬(ଗରୁଡ ଧ୍ଵଜ ଚୌଧୁରୀ)ଆଜି ଗଜପତି ଜିଲ୍ଲାସ୍ତରୀୟ ୧୯ତମ ଜାତୀୟ ପରିସଂଖ୍ୟାନ ଦିବସ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି। ଏହି ଦିବସରେ ସମ୍ମାନିତ ଅତିଥି ଭାବରେ ଉପଜିଲ୍ଲାପାଳ ପାରଳାଖେମୁଣ୍ଡି ଶ୍ରୀଯୁକ୍ତ ଅନୁପ ପଣ୍ଡା, ଯୁଗ୍ମ ନିର୍ଦ୍ଦେଶକ ପରିସଂଖ୍ୟାନ ବିଭାଗ ବ୍ରହ୍ମପୁର ଶ୍ରୀଯୁକ୍ତ କୁଳମଣୀ ରାଉତ ଓ ସହକାରୀ ଉପନିର୍ଦ୍ଦେଶକ ପରିସଂଖ୍ୟାନ ବିଭାଗ ଗଜପତି ଶ୍ରୀଯୁକ୍ତ ପ୍ରକାଶ ରାଉତ ଓ ଶ୍ରୀକୃଷ୍ଣ ଚନ୍ଦ୍ର ଗଜପତି ସ୍ଵୟଶାସିତ ମହାବିଦ୍ୟାଳୟ ଅର୍ଥନୈତିକ ଅଧ୍ୟାପକ ଶ୍ରୀ ସଞ୍ଜୟ କୁମାର ସାହୁ ପ୍ରମୁଖ ମଞ୍ଚାସିନ ଥିଲେ। ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ
ସାମାଜିକ,ଅର୍ଥନୈତିକ ଢାଞ୍ଚା ଓ ନୂତନ ନୀତି ପ୍ରସ୍ତୁତ କରିବାରେ ପରିସଂଖ୍ୟାନର ମହତ୍ତ୍ବ ସମ୍ପର୍କରେ ସଚେତନତା ପ୍ରସାର ଆଣିବା ପାଇଁ ପ୍ରତିବର୍ଷ ଜୁନ ୨୯ ତାରିଖକୁ ‘ଜାତୀୟ ପରିସଂଖ୍ୟାନ ଦିବସ’ ପାଳନ କରାଯାଉଛି। ସ୍ବାଧୀନ ଭାରତର ପ୍ରଥମ ଯୋଜନା ଆୟୋଗର ସଦସ୍ୟ ତଥା ଜାତୀୟ ପରିସଂଖ୍ୟାନ ପ୍ରତିଷ୍ଠାତା ସ୍ବର୍ଗତ ପ୍ରଫେସର ପ୍ରଶାନ୍ତ ଚନ୍ଦ୍ର ମହଲାନୋବିସଙ୍କ ସ୍ମୃତିରେ ଜାତୀୟ ପରିସଂଖ୍ୟାନ ଦିବସ ପାଳିତ ହୋଇ ଆସୁଛି। ଭାରତୀୟ ପରିସଂଖ୍ୟାନର ଜନକ ଭାବେ ପରିଚିତ ପ୍ରଫେସର ମହାଲାନୋବିସ ପ୍ରଶିକ୍ଷଣରେ ଜଣେ ପଦାର୍ଥ ବିଜ୍ଞାନୀ,ଜଣେ ପରିସଂଖ୍ୟାନ ବିତ୍ତ୍ ଜଣେ ଯୋଜନା ପ୍ରସ୍ତୁତକାରୀ ଥିଲେ। ଦେଶର ପରିସଂଖ୍ୟାନ ଓ ଅର୍ଥନୈତିକ ଯୋଜନା କ୍ଷେତ୍ରରେ ତାଙ୍କର ଅବଦାନକୁ ସ୍ମରଣ କରିବା ପାଇଁ ୨୦୦୭ ମସିହାରୁ ତାଙ୍କ ଜନ୍ମ ଦିବସକୁ ପ୍ରତି ବର୍ଷ ଜୁନ୍ ୨୯ ତାରିଖକୁ ଜାତୀୟ ପରିସଂଖ୍ୟାନ ଦିବସ ରୂପେ ପାଳନ କରାଯାଉଛି।ଏହି ଅବସରରେ ଜାତୀୟ ପ୍ରଗତିରେ ସରକାରୀ ପରିସଂଖ୍ୟାନର ଭୂମିକାକୁ ଲୋକଲୋଚନକୁ ଆଣିବା ଲାଗି ସେମିନାର, ଆଲୋଚନାଚକ୍ର ଓ ପ୍ରତିଯୋଗିତା ମାନ ଆୟୋଜନ କରାଯାଇ ଆସୁଛି। ପରିସଂଖ୍ୟାନ ଅଧ୍ୟୟନ କରିବା ଓ ଦୈନନ୍ଦିନ ଜୀବନର ବିଭିନ୍ନ ପ୍ରସଙ୍ଗରେ ତାହାକୁ ପ୍ରୟୋଗ କରିବା ଲାଗି ଏହି ଦିବସ ଯୁବ ପିଢ଼ିକୁ ପ୍ରେରଣା ଯୋଗାଇଥାଏ। ସେହିପରି ଏହି ଦିବସ ପାଳନ ଦ୍ବାରା ଦେଶର ବିଭିନ୍ନ ଯୋଜନା ଯଥା – କୃଷି ସମ୍ପର୍କିତ ରିପୋର୍ଟିଂ, ପ୍ରଧାନ ମନ୍ତ୍ରୀ ଫସଲ ବିମା ଯୋଜନା, ମୂଲ୍ୟ ନିର୍ଦ୍ଧାରଣ,ଜାତୀୟ ନମୁନା ସର୍ବେକ୍ଷଣ,କୃଷି ଜନଗଣନା ଓ କ୍ଷୁଦ୍ର ଜଳସେଚନ ଗଣନା ଇତ୍ୟାଦି ବିଭାଗର ଦ୍ଵାରା କରାଯାଇଥାଏ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶ୍ରୀ ସଞ୍ଜୟ କୁମାର ଦଳେଇ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ପରିସଂଖ୍ୟାନ ବିଭାଗ ବ୍ଲକ୍ ଓ ଜିଲ୍ଲାସ୍ତରୀୟ ଅଧିକାରୀ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories