Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୪ କିମି ଖଟିଆରେ ବୁହାହେଲେ ଗର୍ଭବତୀ ମହିଳା

କଳାହାଣ୍ଡି, ୦୯/୦୭- କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଆଜି ବି ହୋଇପାରିନି ସବୁଦିନିଆ ରାସ୍ତା ସଂଯୋଗ। ସେହିପରି ମାସ ବ୍ୟାପି ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଏପରିକି ରାସ୍ତାଘାଟ ନଥିବା ଓ କଚ୍ଚା ରାସ୍ତା ଥିବା ଗାଁ ଓ ପାହାଡିଆ ଅଞ୍ଚଳରେ ବର୍ତ୍ତମାନ ଜୀବନ ଦୁର୍ବିସହ ହୋଇଯାଇଛି। ଏଥିଯୋଗୁଁ ବିଭିନ୍ନ ଗାଁରେ ରୋଗୀ ଓ ଗର୍ଭବତୀ ମହିଳାଙ୍କ ପାଇଁ ଆମ୍ବୁଲାନ୍ସ ସେବା ପହଞ୍ଚିବା କଷ୍ଟସାଧ୍ୟ ହୋଇଯାଇଛି। ଏହିପରି ଭାବେ ଗତକାଲି ଥୁଆମୂଳ ରାମପୁର ବ୍ଲକ ବାର୍ଷିକୋଣା ଗାଁରେ ଆମ୍ବୁଲାନ୍ସ ଗାଁକୁ ଯାଇ ନପାରିବାରୁ ଜଣେ ଗର୍ଭବତୀ ମହିଳାଙ୍କୁ ଖଟିଆରେ ବୋହି ଆମ୍ବୁଲାନ୍ସ ପାଖକୁ ନିଆଯାଇଥିବା ଖବର ଚର୍ଚ୍ଚାର ବିଷୟ ହୋଇଥିଲା। ତେବେ ତାର ଦିନକ ପରେ ଜିଲ୍ଲାର ମୁଖ୍ୟାଳୟ ଭବାନୀପାଟଣା ତଥା ସଦର ବ୍ଲକ, ଯୁଗସାଇ ପାଟଣା ପଞ୍ଚାୟତ ଅନ୍ତର୍ଗତ କଡରୁସୋରୁ ଗାଁରେ ପୁଣି ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା। ଗାଁର ସାନଲାକ୍ସା ମାଝୀଙ୍କ ସ୍ତ୍ରୀ ଆନ୍ଦ୍ରାଣୀ ମାଝୀ ସକାଳେ ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସ ସହିତ ଯୋଗାଯୋଗ କରିଥିଲେ। କିନ୍ତୁ ରାସ୍ତା ଅତ୍ୟନ୍ତ କଦର୍ଯ୍ୟ ଥିବାରୁ ଆମ୍ବୁଲାନ୍ସ ଗାଁକୁ ଯାଇ ନପାରି ଅଧାବାଟରେ ଅଟକି ରହିଥିଲା। ଫଳରେ ପରିବାର ଲୋକେ ଅନ୍ୟ ଉପାୟ ନପାଇ ଏକ ଖଟିଆରେ ବୋହି ଲାଞ୍ଜିଗଡ ବ୍ଲକ କମଲେଇ ଗାଁ ପର୍ଯ୍ୟନ୍ତ ବୋହି ଆଣିଥିଲେ। ସେଠାରୁ ଆନ୍ଦ୍ରାଣୀଙ୍କୁ ନେଇ ଲାଞ୍ଜିଗଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ଜଣାପଡିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ