Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଜ୍ୟ କଂଗ୍ରେସ ପ୍ରବକ୍ତା ହେଲେ ସଦର ବିଧାୟକ ସାଗର ଚରଣ ଦାସ

କଳାହାଣ୍ଡି,୦୯/୦୭-ଏଆଇସିସି ମିଡିଆ ବ୍ୟାପାର ବିଭାଗ ଦ୍ୱାରା ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ଦଳୀୟ ପ୍ରବକ୍ତା, ମିଡ଼ିଆ, ସୋସିଆଲ ମିଡିଆ, ମିଡିଆ ପେନେଲିଷ୍ଟଙ୍କ ନାମ ଘୋଷଣା କରାଯାଇଛି। ଏଆଇସିସି ମିଡିଆ ବ୍ୟାପାର ବିଭାଗ ଅଧ୍ୟକ୍ଷ ପବନ ଖେରାଙ୍କ ଦ୍ୱାରା ଘୋଷିତ ଏହି ଟିମରେ ସ୍ଥାନ ପାଇଛନ୍ତି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ବିଧାୟକ ସାଗର ଚରଣ ଦାସ। ପ୍ରଥମ ଥର ନିର୍ବାଚିତ ହୋଇ ବିଧାନସଭାକୁ ଯାଇଥିବା ସାଗର ବିଭିନ୍ନ ପ୍ରସଙ୍ଗରେ ସରକାରକୁ ଘେରିବା ସହିତ ନିଜ ନିର୍ବାଚନ ମଣ୍ଡଳୀରେ ଲୋକଙ୍କ ସମସ୍ୟା ସମାଧାନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରି ଆସୁଛନ୍ତି। ଶ୍ରୀ ଦାସଙ୍କ ନିଯୁକ୍ତି ପରେ ତାଙ୍କ ସମର୍ଥକ ମହଲରେ ଖୁସିର ଲହରି ଖେଳିଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ