ବେଙ୍ଗାଲୁରୁ: କର୍ଣ୍ଣାଟକରେ ବିଜେପିର ପରାଜୟ ପରେ ମହୀଶୂରରେ ଥିଏଟର ଇନଷ୍ଟିଚ୍ୟୁଟର ନିର୍ଦ୍ଦେଶକ ଅଦାନ୍ଦା ସି କରିୟାପ୍ପା ନିଜ ପଦରୁ ଇସ୍ତଫା ଦେଇଛନ୍ତି। କନ୍ନଡ଼ ଏବଂ ସଂସ୍କୃତି ମନ୍ତ୍ରଣାଳୟକୁ ପତ୍ର ଲେଖି ସେ କହିଛନ୍ତି, ଯେଉଁ ସରକାର ମୋତେ ରଙ୍ଗାୟନ ଇନଷ୍ଟିଚ୍ୟୁଟର ନିର୍ଦ୍ଦେଶକ କରିଥିଲେ, ସେ ନିର୍ବାଚନ ହାରିଗଲେ। ତେଣୁ ମୁଁ ନୈତିକ ଦାୟୀ କରି ଏହି ପଦରୁ ଇସ୍ତଫା ଦେବାକୁ ଉଚିତ୍ ମଣୁଛି।
ଏହି ପଦରେ ରହିଥିବା କରିୟପ୍ପା ଅନେକ ଥର ବିବାଦରେ ରହିଛନ୍ତି। ସେ ଟିପୁ ସୁଲତାନ ଉପରେ ମଧ୍ୟ ଏକ ନାଟକ ରଚନା କରିଥିଲେ, ଯାହାର ଶୀର୍ଷକ ଟିପୁ ନିଜା କାନାସୁଗାଲୁ। ଏହାର ଅର୍ଥ ଟିପୁଙ୍କ ବାସ୍ତବିକ ସ୍ଵପ୍ନ। ଗତ ବର୍ଷ ନଭେମ୍ବରରେ ମହୀଶୂରର ଭୂମିଗୀତାରେ ଏହି ନାଟକ ମଞ୍ଚସ୍ଥ କରାଯାଇଥିଲା। ଏହା ଉପରେ ଏକ ପୁସ୍ତକ ମଧ୍ୟ ପ୍ରକାଶ ପାଇଥିଲା। ଏଥିରେ ଦାବି କରାଯାଇଛି ଯେ, ଟିପୁଙ୍କ ହତ୍ୟା ଇଂରେଜ ନୁହେଁ ବରଂ ଭୋକଲିଗା ଉରି ଗୌଡ଼ା ଏବଂ ନାନଜେ ଗୌଡ଼ା କରିଥିଲେ। ଘଟଣାରେ ମୁସଲିମ ନେତାଙ୍କୁ କାଠଗଡ଼ାରେ ଛିଡ଼ା କରାଯାଇଥିଲା।
କରିୟପ୍ପା ଦାବି କରିଥିଲେ ଯେ, ଟିପୁ ସୁଲତାନ ୮୦ ହଜାର ଲୋକଙ୍କ ହତ୍ୟା କରାଇଥିଲେ। ଏହା ପରେ କରିୟପ୍ପା ଇତିହାସକୁ ମୋଡ଼ି ମୋକଚିବାକୁ ଚେଷ୍ଟା କରୁଥିବା ଲୋକେ ଅଭିଯୋଗ କରିଛନ୍ତି। ଓ୍ଵାକଫ ବୋର୍ଡର ପୂର୍ବତନ ଅଧ୍ୟକ୍ଷ ବିଏସ ରଫିଉଲ୍ଲା ନାଟକ ଏବଂ ପୁସ୍ତକ ଉପରେ ରୋକ୍ ଲଗାଇବାକୁ ଦାବି କରିଥିଲେ।