Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଜପତିରେ ଗଡୁ ନାହିଁ ବିଜୁ ଗାଁ ଗାଡ଼ି…… ଦୀର୍ଘଦିନ ଧରି ଅଚଳ ହୋଇ ରହିଲେ ପାଣିରେ ପଡିବ ସରକାରଙ୍କ କୋଟି କୋଟି ଟଙ୍କା

ପାରଳାଖେମୁଣ୍ଡି:୧୨/୭(ଗରୁଡ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାର ଗୁମ୍ମା ବ୍ଲକରେ ଚାଲୁ ଥିବା ବିଜୁ ଗାଁ ଗାଡି ଚଳାଚଳକୁ ସରକାରୀ ଭାବେ ବନ୍ଦ କରାଯାଇଛି. ଏଗୁଡିକ ବର୍ତ୍ତମାନ ଗୁମ୍ମା ବ୍ଲକ ଅଫିସ ପରିସରରେ ଦୀର୍ଘ ଦିନ ହେଲା ଅଚଳ ହୋଇ ପଡି ରହିଛି. ଖରା, ବର୍ଷାରେ ପଡି ରହିବା ଯୋଗୁଁ ଗାଡି ଗୁଡିକର ଅବସ୍ଥା ଦିନକୁ ଦିନ ଖରାପ ହେବାକୁ ଗଲାଣି. ତଥାପି ଏନେଇ କାହାର ଦୃଷ୍ଟି ନାହିଁ. ଏପରି ଭାବେ ବସ ଗୁଡିକ ଅଚଳ ହୋଇପଡିଲେ ଆଉ କିଛି ଦିନ ପରେ ସମ୍ପୂର୍ଣ ଭାବେ ନଷ୍ଟ ହୋଇଯିବ. ଯଦ୍ୱାରା ଦେଢ଼ କୋଟିରୁ ଉର୍ଦ୍ଧ ସରକାରୀ ଅର୍ଥ ସମ୍ପୂର୍ଣ ଭାବେ ପାଣିରେ ପଡିବ. ଏଣୁ ଏହି ଗାଡି ଗୁଡିକୁ ତୁରନ୍ତ ଚଳାଚଳ କରାଯାଉ ବୋଲି ସାଧାରଣରେ ଦାବି ହୋଇଛି. ଗ୍ରାମାଞ୍ଚଳ ଏବଂ ଦୁର୍ଗମ ଅଞ୍ଚଳରେ ରହୁଥିବା ଲୋକଙ୍କ ଗମନାଗମନର ସୁବିଧା ପାଇଁ ପୂର୍ବତନ a ସରକାର ୨୦୧୪ ମସିହାରେ ବିଜୁ ଗାଁ ଗାଡ଼ି ଯୋଜନା ଆରମ୍ଭ କରିଥିଲେ।ଉପାନ୍ତ ଅଞ୍ଚଳର ଅର୍ଥନୈତିକ ଉନ୍ନତି କରିବା ସହ ଗ୍ରାମାଞ୍ଚଳରେ ବାସ କରୁଥିବା ଯୁବବର୍ଗ ସହଜରେ କିପରି ସହର ସହିତ ଯୋଡ଼ି ହୋଇପାରିବେ ସେହି ଲକ୍ଷ୍ୟରେ ଆରମ୍ଭ ହୋଇଥିବା ବିଜୁ ଗାଁ ଗାଡ଼ି। ଯୋଜନାରେ ୫ପ୍ରତିଶତ ସବ୍‌ସିଡିରେ ଋଣ ଯୋଗାଇ ଦେବାକୁ ଲକ୍ଷ୍ୟ ମଧ୍ୟ ରହିଥିଲା। ସେହି ଋଣରେ ବସ,ମିନିବସ୍‌,ଟ୍ୟାକ୍ସି କ୍ରୟ କରି ରାଜ୍ୟର ଉପାନ୍ତ ଅଞ୍ଚଳରେ ପରିବହନ ସେବା ଯୋଗାଇ ଦେଉଥିବା ବ୍ୟକ୍ତିଙ୍କୁ ୫ବର୍ଷ ପର୍ଯ୍ୟନ୍ତ ସରକାର ଟ୍ୟାକ୍ସ ଓ ପର୍‌ମିଟ୍‌ ଫ୍ରି ମଧ୍ୟ ଛାଡ଼ କରିଥିଲେ।ହେଲେ କିଛି ମାସ ତଳେ ଗଜପତି ଜିଲ୍ଲା ଗୁମ୍ମା ବ୍ଲକରେ ଚଳାଚଳ କରୁଥିବା ବିଜୁ ଗାଁ ଗାଡ଼ି ଗୁଡ଼ିକୁ ଚଳାଚଳ ନକରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଅଭିଯୋଗ ହେଉଛି।ଅଭିଯୋଗ ଅନୁଯାୟୀ ଗାଡ଼ି ଗୁଡ଼ିକର ପରମିଟ ଓ ଟେକ୍ସ ନଥିବା ଦର୍ଶାଇ ୪ଟି ବିଜୁ ଗାଁ ଗାଡ଼ିକୁ ବ୍ଲକ କାର୍ଯ୍ୟାଳୟ ପରିସରରେ ରଖାଯାଇଛି।ତେବେ ବର୍ଷା ଋତୁରେ ଗାଡ଼ି ଗୁଡ଼ିକ କଳଙ୍କି ଲାଗି ନଷ୍ଟ ହେଉଥିବା ଦେଖି ଗାଡ଼ିର ମାଲିକ ମାନେ ପାରଳା ବିଧାୟକ ଈ ରୂପେଶ କୁମାର ପାଣିଗ୍ରାହୀଙ୍କୁ ସମସ୍ୟା ସମ୍ପର୍କରେ ଅଭିଯୋଗ କରିଥିଲେ।ସମସ୍ୟା ସମ୍ପର୍କରେ ଗାଡ଼ିର ମାଲିକ ମାନଙ୍କ ସହିତ ବିଧାୟକ ଶ୍ରୀ ପାଣିଗ୍ରାହୀ ଜିଲ୍ଲାପାଳ ବିଜୟ କୁମାର ଦାସଙ୍କ ସହିତ ଆଲୋଚନା କରିଥିଲେ।ଏନେଇ ସମସ୍ୟାକୁ ଅତି ଗୋମ୍ବିରର ସହିତ ନେଇ ଜିଲ୍ଲାପାଳ ଆରଟିଓ ପିକେ ଦାସଙ୍କୁ ଉକ୍ତ ସମସ୍ୟାର ସମାଧାନ କରିବାକୁ ନିର୍ଦ୍ଦେଶ ଦେବା ସହ ତୁରନ୍ତ ଗାଡ଼ି ଗୁଡ଼ିକ ଚଳାଚଳ କରିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଜିଲ୍ଲାପାଳ ଶ୍ରୀ ଦାସ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ