Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଜପତି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ମାଣ୍ଡିଆ ବଣ୍ଟନରେ ଅନିୟମିତତା….. ଖାଉଟିଙ୍କୁ ଓଜନରେ ଠକି ଭୁଲ ମାଗିଲେ ଯୋଗାଣ ସହାୟକ

ପାରଳାଖେମୁଣ୍ଡି:୧୩/୭(ଗରୁଡ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ସରକାରଙ୍କ ନିର୍ଦ୍ଧାରିତ ଓଜନ ଠାରୁ ଲୋକଙ୍କୁ ଭୁଆଁ ବୁଲାଇ କମ୍ ଓଜନର ମାଣ୍ଡିଆ ବଣ୍ଟନ କରୁଥିଲେ ଯୋଗାଣ ସହାୟକ । ତାତିଲେ ଜନସାଧାରଣ, ପଞ୍ଚାୟତରେ ହଙ୍ଗାମା କରିବା ପରେ ନିଜ ଭୁଲ ମାନିଲେ ଯୋଗାଣ ସହାୟକ। କମ ଓଜନର ମାଣ୍ଡିଆ ଆଣି ସମାନ ଓଜନର ମାଣ୍ଡିଆ ବଣ୍ଟନ କଲେ। ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଳକର ଚାନ୍ଦିପୁଟ ଗ୍ରାମପଞ୍ଚାୟତରେ । ସରକାରଙ୍କ ଖାଉଟି କଲ୍ୟାଣ ବିଭାଗ ତରଫରୁ ଗଜପତି ଜିଲ୍ଲାର ଚାନ୍ଦିପୁଟ ଗ୍ରାମପଞ୍ଚାୟତରେ ପ୍ରତି ହିତାଧିକାରୀମାନଙ୍କ କାର୍ଡ ପିଛା ୧.୭୫୦ ଗ୍ରାମ ମାଣ୍ଡିଆ ଯୋଗାଣ ବ୍ୟବସ୍ଥା କରାଯାଇଛି । ହେଲେ ଯୋଗାଣ ସହାୟକ ବଦ୍ରିନାଥ ନାୟକ ଜାଣିଶୁଣି ଅଖା ଓଜନ କାଟୁଥିବା କହି ଖାଉଟି ମାନଙ୍କୁ କାର୍ଡ ପିଛା ଆନୁମାନିକ ୧ କେଜିର ମାଣ୍ଡିଆ ଯୋଗାଣ କରୁଥିଲେ । ଖାଉଟି ମାନେ ବାହାରକୁ ଯାଇ ଅନ୍ୟ ଦୋକାନ ରେ ଓଜନ କରିବାରେ ୧.୨ କିଗ୍ରା ଥିବା ଜଣାପଡିଥିଲା । ଯାହାକୁ ନେଇ ଖାଉଟି ମାନଙ୍କ ମଧ୍ୟରେ ତିବ୍ର ଜନ ଅସନ୍ତୋଷ ଦେଖିବାକୁ ମିଳିଥିଲା । ଏ ନେଇ ବ୍ଳକ ଯୋଗାଣ ଅଧିକାରୀଙ୍କୁ ସମସ୍ୟା ଜଣାଇବା ସହ ପଞ୍ଚାୟତ ରେ ଆସି ହୋହାଲ୍ଲା କରିଥିଲେ । ତେବେ ସେଠାରେ ଯୋଗାଣ ସହାୟକ ନିଜ ଭୁଲ ସ୍ବିକାର କରିବା ସହ ଯାନ୍ତ୍ରିକ ତୃଟି ଯୋଗୁଁ ଏଭଳି ଘିଟିଥିବା ପ୍ରକାଶ କରିଛନ୍ତି ।‌ ଏହା ସହ ଆସିଥିବା ହିତାଧିକାରୀଙ୍କୁ ୧.୨ କିଗ୍ରା ବଦଳରେ .୭୫୦ ଗ୍ରାମ ମାଣ୍ଡିଆ ବଣ୍ଟନ କରିଛନ୍ତିି । ଚାନ୍ଦିପୁଟ ଗ୍ରାମପଞ୍ଚାୟତର ସରକାରୀ ସୂଲଭ ମୂଲ୍ୟ ଦୋକାନରେ ପୁର୍ବରୁ ଅନେକ ଥର ଖାଦ୍ୟ ସାମଗ୍ରୀ ବଣ୍ଟନ ରେ ବ୍ୟାପକ ଅନିୟମିତା ହେଉଥିବା ଘଟଣା ନଜିର ରହିଛି। ତେବେ ପୁଣି ଏହି ଘଟଣା ଘଟିବା ପରେ ଜନସାଧାରଣ ପାଇଁ ଆସୁଥିବା ଖାଉଟି ସାମଗ୍ରୀକୁ ଅସାଧୁ ଉପାୟରେ ବାଟମାରଣା ହେଉଥିବା ପଦାରେ ପକାଉଛି । ଏନେଇ ହିତାଧିକାରୀ ମାନେ ଅସନ୍ତୋଷ ପ୍ରକଟ କରିବା ସହ ତଦନ୍ତ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବୀ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ