Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଜପତି ଜିଲ୍ଲା ପ୍ରଶାସନ ଜବର ଦଖଲ ହଟାଇ ଅସହାୟ ବୃଦ୍ଧ ବୃଦ୍ଧାଙ୍କ ସମସ୍ୟା ଦୂର କଲା

ପାରଳାଖେମୁଣ୍ଡି:୧୬/୭(ଗରୁଡ ଧ୍ୱଜ ଚୌଧୁରୀ) ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ଉପଲଡା ଗ୍ରାମର ହରିଜନ ସାହିରେ ଥିବା ଏକ ଘରର ଦୁଆର ମୁହଁର ଜବରଦଖଲ ହଟାଇ ଥିବା ଜଣାପଡ଼ିଛି। ଜବରଦଖଲ ଫଳରେ ଘରୁ ବାହାରକୁ ବାହାରିବା ପାଇଁ ରାସ୍ତା ଅବରୋଧ ହୋଇଥିଲା। ନିଜ ଘରବାରି ସରିହଦ ମଧ୍ୟରେ ଏଭଳି ଜବରଦଖଲ ହୋଇଥିବା ବେ ଳେ ଏନେଇ ବାରମ୍ବାର ବିଭିନ୍ନ ସ୍ତରରେ ଅଭିଯୋଗ କରି ଆସୁଥିଲେ ସୁଦ୍ଧା ଜବରଦଖଲକାରୀଙ୍କ କବଳରୁ ଉଦ୍ଧାର ପାଇ ନଥିଲେ। ଆଜି ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ ପରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶରେ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଅବରୋଧକୁ ହଟାଇ ଦେଇଛି। ଫଳରେ ଘରୁ ବାହାରକୁ ବାହାରିଵା ପାଇଁ ରାସ୍ତା ଖୋଲିଛି। ବୃଦ୍ଧ ବୃଦ୍ଧାଙ୍କ ଅସହାୟତାକୁ ନେଇ ଘର ମୁହଁରେ ବଳପୂର୍ବକ ମୁଳଦୁଆ ପକାଇଲେ ଜବରଦଖଲକାରୀ। ଗତ ବୟସରେ ବିଭିନ୍ନ ସମୟରେ ହସ୍ପିଟାଲ ହେଉ ଅବା ଦୋକାନ ବଜାର ପାଇଁ ଘରୁ ବାହାରକୁ ଯିବା ଆସିବା ନାହଁ ନଥିବା ଅସୁବିଧାର ସମ୍ମୁଖିନ ହେବାକୁ ପଡ଼ୁଥିଲା। କହିବାକୁ ଗଲେ ଏକ ପ୍ରକାର ଗୃହ ବନ୍ଦୀ ଅବସ୍ଥାରେ ଜୀବନ ବିତାଉଥିଲେ ବୃଦ୍ଧବୃଦ୍ଧା। ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଉପଲଡା ଗ୍ରାମରେ। ଏହି ଗ୍ରାମର ହରିଜନ ସାହିର ବୃଦ୍ଧ ମେରେକା ଆପା ରାଓଙ୍କ ଘର ସମ୍ମୁଖରେ ହୋଇଥିଲା ଜବରଦଖଲ। ଆଜି ପ୍ରଶାସନର ସହଯୋଗରେ ଜବରଦଖଲ ଉଚ୍ଛେଦ ହୋଇଥିବାରୁ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ କୃତଜ୍ଞତା ଜଣାଇଛନ୍ତି ବୃଦ୍ଧ ମେରକା ଆପା ରାଓ ଓ ସ୍ଥାନୀୟ ବୁଦ୍ଧିଜୀବୀ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ