Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଜପତି ଜିଲ୍ଲା ର ମହେନ୍ଦ୍ରଗଡ଼ କଳିଙ୍ଗ ଆଦର୍ଶ ବିଦ୍ୟାଳୟ ସମ୍ମୁଖରେ ହଷ୍ଟେଲ ଯୋଗାଇବା ଦାବୀ କରି ଅବିଭାବକଙ୍କ ବିକ୍ଷୋଭ

ପାରଳାଖେମୁଣ୍ଡି:୨୦/୭(ଗରୁଡ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାର ମହେନ୍ଦ୍ରଗଡ଼ କଳିଙ୍ଗ ଆଦର୍ଶ ବିଦ୍ୟାଳୟର ମୁଖ୍ୟ ଫାଟକ ସମ୍ମୁଖରେ ଅଭିଭାବକମାନେ ବିକ୍ଷୋଭ ପ୍ରଦଶନ କରିଥିବା ସୂଚନା ମିଳିଛି. ଘଟଣାରୁ ପ୍ରକାଶ, ଏହି ଜିଲ୍ଲାର, ରା.ଉଦୟଗିରି ବ୍ଳକ ମହେନ୍ଦ୍ରଗଡ଼ (କୁଶପଲ୍ଲୀ)ରେ ଥିବା କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟରେ ଗତ ୩ ମାସ ହେଲା ବ୍ୟାପକ ଅବ୍ୟବସ୍ଥା ଲାଗିରହିଛି. ଷଷ୍ଠ ଶ୍ରେଣୀରେ ଛାତ୍ରଛାତ୍ରୀମାନେ
ଆଡ଼ମିସନ କରିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ସେମାନଙ୍କୁ ହଷ୍ଟେଲର ସୁବିଧା ମିଳିନଥିବା ଅବିଭାବକମାନେ ଅଭିଯୋଗ କରିଛନ୍ତି । ଏନେଇ ଆଜି ଅବିଭାବକମାନେ ଆବାସିକ ବିଦ୍ୟାଳୟକୁ ଆସି ଏ ବିଷୟରେ ଅଧ୍ୟକ୍ଷାଙ୍କୁ ପଚାରିବାକୁ ଆସିଥିବା ବେଳେ ଅଧ୍ଯକ୍ଷା ସେମାନଙ୍କୁ ଦୁବ୍ୟବହାର କରିଥିଲେ । ଗତକାଲି ଦିନ ସକାଳ ୧୦ ଘଣ୍ଟା ବେଳେ ପ୍ରାୟ ୫୦ ରୁ ଅଧ‌ିକ ଅବିଭାବକ ବିଦ୍ୟାଳୟ ଫାଟକ ପାଖକୁ ଆସି ଅଧ୍ୟକ୍ଷାଙ୍କୁ ଦେଖା କରିବାକୁ କହିଥିଲେ । ହେଲେ ଅପରାହ୍ନ ୨ଟା ପର୍ଯ୍ୟନ୍ତ ମୁଖ୍ୟ ଫାଟକ ଖୋଲା ଯାଇ ନ ଥିଲା. ଓଲଟି ଅବିଭାବକ ମାନଙ୍କୁ ବିଦ୍ୟାଳୟ ଗେଟ ପାଖରୁ ଚାଲିଯିବାକୁ ଅଧ୍ଯକ୍ଷା ତାଗିଦ୍ କରିଥିଲେ । ଏହାକୁ ନେଇ ଅବିଭାବକ ମାନଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା । ଗତ ଖରା ଛୁଟି ପୂର୍ବରୁ ବିଦ୍ୟାଳୟ ଷଷ୍ଠ ଶ୍ରେଣୀ ପାଇଁ ପ୍ରବେଶିକା ପରୀକ୍ଷା ହୋଇଥିଲା । ଅନ୍ତେବାସୀ ପାଇଁ ୩୦ ଜଣ ଛାତ୍ର ଓ ୩୦ ଜଣ ଛାତ୍ରୀଙ୍କ ପାଇଁ ପ୍ରବେଶିକା ପରୀକ୍ଷାର ଫଳାଫଳ ମଧ୍ୟ ପ୍ରକାଶ ପାଇଥିଲା. ଛୁଟି ପରେ ପିଲାଙ୍କୁ ବିଦ୍ୟାଳୟ ପଠାଇବା ପାଇଁ ଅବିଭାବକମାନଙ୍କୁ ଅଧ୍ୟକ୍ଷା ସୂଚନା ଦେଇଥିଲେ. ତେବେ ଛୁଟି ଖୋଲି ଗୋଟିଏ ମାସ ବିତି ଯାଇଥିଲେ ମଧ୍ୟ ଏଯାଏଁ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ହଷ୍ଟେଲର ସୁବିଧା ଦିଆଯାଇନାହିଁ. ଛାତ୍ରଛାତ୍ରୀ ହଷ୍ଟେଲର ସୁବିଧା ନ ପାଇ ଠିକ ଭାବେ ପାଠ ନପଢି ଗାଁରେ ବୁଲୁଥିବା ଯୋଗୁଁ ଗତକାଲି ହଷ୍ଟେଲର ସୁବିଧା ପ୍ରଦାନ କରିବା ପାଇଁ ଅଧ୍ଯକ୍ଷାଙ୍କୁ ନିବେଦନ କରିବା ପାଇଁ ଅବିଭାବକମାନେ ଆସିଥିଲେ. ହେଲେ ଅଧ୍ଯକ୍ଷା ସେମାନଙ୍କୁ ଉତ୍ତର ଦେବା ପରିବର୍ତ୍ତେ ଦୁବ୍ୟବହାର କରିଥିଲେ । କାହିଁକି ପିଲାଙ୍କୁ ଏପର୍ଯ୍ୟନ୍ତ ହଷ୍ଟେଲରେ ରହିବାକୁ ଦିଆଯାଉନି ବୋଲି ପ୍ରଶ୍ନ କରିବା ସହ ଗେଟ ସମ୍ମୁଖରେ ଅବିଭାବକମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ. ପରେ ଅପରାହ୍ନ ୨ଟାରେ କର୍ତ୍ତୃପକ୍ଷ ଗେଟ ଖୋଲିଥିଲେ. ଅବିଭାବକମାନଙ୍କ ସହ ଅଧ୍ଯକ୍ଷା ଆଲୋଚନା କରିଥିଲେ. ଏହି ବିଦ୍ୟାଳୟରେ ରାମଗିରି ଓ ଗୁମ୍ମା ଆଦର୍ଶ ବିଦ୍ୟାଳୟ ପିଲାମାନେ ରହୁଥ‌ିବା ଯୋଗୁଁ କୋଠରୀ ଅଭାବ ରହିଛି । ତେଣୁ ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ଖୁବ ଶୀଘ୍ର ଛାତ୍ରଛାତ୍ରୀଙ୍କୁ ହଷ୍ଟେଲରେ ସୁବିଧା ଦିଆଯିବ ବୋଲି ଅଧକ୍ଷା କହିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା.

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ