Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାରଳାଖେମୁଣ୍ଡି ସ୍ଥିତ ସେଞ୍ଚୁରିଆନ୍ ବିଶ୍ୱବିଦ୍ୟାଳୟରେ ଚାଲିଥିବା ଓଥ ଟେକିଂ ଓ ହ୍ୱାଇଟ୍ କୋଟ୍ ସେରି ମୋନି ଉଦଯାପିତ

ପାରଳାଖେମୁଣ୍ଡି:୨୪/୭(ଗରୁଡ ଧ୍ଵଜ ଚୌଧୁରୀ) ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟର ସ୍କୁଲ ଅଫ ନର୍ସିଂର ୨୩ ଜୁଲାଇ ୨୦୨୫ ରେ ଓଥ୍ ଟେକିଂ ଓ ହ୍ୱାଇଟ୍ କୋଟ୍ ସେରିମୋନି ଉଦ୍‌ଯାପିତ ହୋଈ ଯାଇଛି। ଏହି ଅବସର ରେ ନର୍ସିଂ ଛାତ୍ରଛାତ୍ରୀ ମାନେ ନିଜ ଜୀବନକୁ ମାନବ ସେବାରେ ଉତ୍ସର୍ଗ କରିବା ପାଇଁ ଦୃଢ଼ ସଂକଳ୍ପ ଗ୍ରହଣ କଲେ। ସେମାନଙ୍କ ଏହି ଯାତ୍ରାର ଏହି ମୁଖ୍ୟ ମୁହୂର୍ତ୍ତଟି ଉତ୍ସର୍ଗ, ଦୟା ଓ ନିଷ୍ଠାର ପ୍ରତୀକ ଭାବରେ ଅନୁଭୂତ ହେଲା।ଏହି ଅନୁଷ୍ଠାନରେ ବିଶିଷ୍ଟ ଅତିଥିମାନେ ଉପସ୍ଥିତ ଥିଲେ— ଡ଼. ମହେନ୍ଦ୍ର କୁମାର ଭୁୟାଁ, ଏଡିଏମଓ (ଫ୍ୟାମିଲି ୱେଲଫେର୍ ଓର୍ଗାନାଇଜେସନ୍), ଗଜପତି ଶ୍ରୀ ଜତିନ୍ଦ୍ର କୁମାର ପଣ୍ଡା, ଜିଲ୍ଲା ପୁଲିସ୍ ସୁପରିଟେ ଣ୍ଡେଣ୍ଟ, ପାରଳାଖେମୁଣ୍ଡି; ଓ ଡ଼. ସାନ୍ତନୁ ପାଢୀ, ଜିଲ୍ଲା ଚିକିତ୍ସାଧିକାରୀ, ମୁଖ୍ୟ ଜିଲ୍ଲା ଚିକିତ୍ସାଳୟ, ପାରଳାଖେମୁଣ୍ଡି।ଡ଼. ଅନିତା ପାତ୍ର, ରେଜିଷ୍ଟ୍ରାର୍, ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟ ତାଙ୍କ ଉଦ୍‌ବୋଧନରେ କହିଲେ: “ନର୍ସମାନେ ହେଲଥକେୟାର୍ ବ୍ୟବସ୍ଥାର ମୂଳ ଆଧାର। ସେମାନଙ୍କର ନୀତିମୂଳକ ଆଚରଣ, ସମ୍ବେଦନା ଓ ନିଷ୍ଠା ହେଉଛି ଏହି ବୃତ୍ତିର ଆତ୍ମା। ଏହି ଅନୁଷ୍ଠାନ ଆମକୁ ମନେ ପକାଏ ଯେ, ଏକ ନର୍ସ ତାଙ୍କ ରୋଗୀଙ୍କ ଜୀବନରେ ଆଶା ଓ ଆଲୋକ ଆଣି
ପାରନ୍ତି।”ପ୍ରୋଫେସର ଏସ୍.ଏନ୍. ସନ୍ଧ୍ୟା, ଉପପ୍ରାଚାର୍ଯ୍ୟ, ସ୍କୁଲ ଅଫ ନର୍ସିଂ ସ୍ବାଗତ ଉଦ୍‌ବୋଧନ ଦେଇ ନର୍ସିଂ ପେଶାର ମାନବିକ ମୂଲ୍ୟ ଓ ଏହି ବିଦ୍ୟାଳୟ ଦ୍ୱାରା ଭବିଷ୍ୟତ ସେବାପ୍ରଧାନ ପେଶାଜୀବୀ ତିଆରି କରିବାରେ ଗୌରବଜନକ ଭୂମିକା ବିଷୟରେ ଆଲୋଚନା କଲେ।
ଅନୁଷ୍ଠାନର ମୁଖ୍ୟ ଆକର୍ଷଣ ହେଲା ନର୍ସିଂ ଛାତ୍ରଛାତ୍ରୀଙ୍କ ଦ୍ୱାରା ଫ୍ଲୋରେନ୍ସ ନାଇଟିଂଗେଲ ଶପଥ ଗ୍ରହଣ—ଏକ ଗଭୀର ଦ୍ରୁଢ଼ ସଂକଳ୍ପ ଯାହା ତାଙ୍କର ବୃତ୍ତିଗତ ଯାତ୍ରାରେ ସତ୍ୟନିଷ୍ଠା, ଗୋପନୀୟତା ଓ ମାନବ ସମ୍ବେଦନାର ପ୍ରତି ପ୍ରତିବଦ୍ଧତାକୁ ପ୍ରତିବିମ୍ବିତ କରେ।
ପ୍ରୋଫେସର ସୁନୀଲ କୁମାର ଝା, ନିର୍ଦ୍ଦେଶକ, ସ୍କୁଲ୍ ଅଫ୍ ନର୍ସିଂ ତାଙ୍କ ବକ୍ତବ୍ୟରେ ଚିକିତ୍ସା ଓ ମାନବତା ମଧ୍ୟରେ ଗଭୀର ସମ୍ପର୍କ ବିଷୟରେ ଆଲୋକପାତ କରି, ଏହି ବୃତ୍ତିର ଗାମ୍ଭୀର୍ଯ୍ୟ ଓ ମାନବିକ ଦାୟିତ୍ୱ ଉପରେ ଜୋର ଦେଲେ।ଏହି ଓଥ୍ ଟେକିଂ ଓ ହ୍ୱାଇଟ୍ କୋଟ୍ ସେରିମୋନି ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟର ସେଵାନିଷ୍ଠା ଓ ମାନବିକ ମୂଲ୍ୟରେ ଭିନ୍ନ ମାନଦଣ୍ଡ ସ୍ଥାପନ କରିଥିବା ଉଦ୍ୟମକୁ ପ୍ରତିବିମ୍ବିତ କଲା, ଯାହା ଭବିଷ୍ୟତରେ ଦୟା, ନୀତିମୂଳକ ଆଚରଣ ଓ ଦକ୍ଷତାର ସମନ୍ୱୟ ସହିତ ନର୍ସିଂ ପ୍ରୋଫେସନାଲ୍‌ମାନେ ପ୍ରସ୍ତୁତ କରିବା ପାଇଁ ଏକ ମିଳକ ପଥର ହିସାବରେ ସ୍ଥାପିତ ହେବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ