Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ କାର୍ଯ୍ୟାଳୟ ପକ୍ଷରୁ ଦୁଇ ଦିନିଆ ସାକ୍ଷାତକାର ଓ ପ୍ରମାଣ ପତ୍ର ଯାଞ୍ଚ ପ୍ରକ୍ରିୟା ସହ ନାନୋ ମୂଲ୍ୟାଙ୍କନ କାର୍ଯ୍ୟକ୍ରମ ଅନୁଷ୍ଠିତ

ପାରଳାଖେମୁଣ୍ଡି:୨୪/୭(ଗରୁଡ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲାରେ କ୍ଷୁଦ୍ର ଶିଳ୍ପ ସ୍ଥାପନ ପାଇଁ ସ୍ଥାନୀୟ ଆଶାୟୀ ଯୁବକ ଯୁବତୀ ମାନଙ୍କୁ ୧ ଲକ୍ଷ ଟଙ୍କା ସୁଧ ମୁକ୍ତ ଋଣ ପ୍ରଦାନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ କାର୍ଯ୍ୟାଳୟ ପକ୍ଷରୁ ଦୁଇ ଦିନିଆ ସାକ୍ଷାତକାର ଓ ପ୍ରମାଣ ପତ୍ର ଯାଞ୍ଚ ପ୍ରକ୍ରିୟା ସଫଳତା ସହ ଅନୁଷ୍ଠିତ ହୋଇଯାଇଅଛି । ପ୍ରଥମ ଦିନ ୨୩.୦୭.୨୦୨୫ ରେ ୨୨ ଜଣ ଯୁବକ ଯୁବତୀ ଓ ଦ୍ୱିତୀୟ ଦିନ ୨୪.୦୭.୨୦୨୫ରେ ୨୫ ଜଣ ଯୁବକ ଯୁବତୀ ଉପସ୍ଥିତ ରହି ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ଶ୍ରୀ ସୌଭାଗ୍ୟ ସ୍ମୃତି ରଞ୍ଜନ ତ୍ରିପାଠୀ, ଜିଲ୍ଲା ସାଧାରଣ ପରିଚାଳକ ଶ୍ରୀ ସୁନାରାମ ସିଂ, ଲିଡ୍ ବ୍ୟାଙ୍କ ମ୍ୟାନେଜର ଶ୍ରୀ ମହେଶ୍ୱର ମଣ୍ଡଳ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ