Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାମନାଗୁଡ଼ା ଆୟୁଷ ସ୍ନାତକ କଳା ମହାବିଦ୍ୟାଳୟ ଠାରେ ଯୌନ ନିର୍ଯାତନା ସଚେତନା କାର୍ଯ୍ୟକ୍ରମ ଅନୁଷ୍ଠିତ

ପାରଳାଖେମୁଣ୍ଡି:୨୫/୭(ଗରୁଡ ଧ୍ଵଜ ଚୌଧୂରୀ)ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ୍ ଆୟୁଷ ସ୍ନାତକ ( କଳା) ମହାବିଦ୍ୟାଳୟରେ ନାରୀ ନିର୍ଯ୍ୟାତନା ସୁରକ୍ଷା ନିମନ୍ତେ ଏକ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଦିନ କୁ ଦିନ ବିଦ୍ୟାଳୟ, ମହାବିଦ୍ୟାଳୟ ତଥା ସମାଜରେ ନାରୀ ନିର୍ଯ୍ୟାତନା ତଥା ଯୌନ ଉତ୍ପୀଡନ ବଢ଼ିବାରେ ଲାଗିଛି ଏହାକୁ ରୋକିବା ପାଇଁ ସରକାରୀ ଓ ବେସରକାରୀ ସ୍ତରରେ ବିଭିନ୍ନ ପଦକ୍ଷେପମାନ ନିଆ ଯାଇଥିବା ବେଳେ ଆୟୁଷ ସ୍ନାତକ ମହାବିଦ୍ୟାଳୟରେ ମଧ୍ୟ ଏକ ସପ୍ତାହ ପୂର୍ବେ ଆଭ୍ୟନ୍ତରୀଣ କମିଟି ମଧ୍ୟ ଗଠନ କରାଯାଇଥିଲା ଏହାର ସଦସ୍ୟ ମାନେ ହେଲେ ମହାବିଦ୍ୟାଳୟ ସଭାଦକ୍ଷ ଶ୍ରୀଯୁକ୍ତ ରବିକୁମାର ଚୌଧୁରୀ, ଅଧ୍ୟକ୍ଷ ସୌଦାଗର ସିଅ ଜ୍ୟୋତିର୍ମୟୀ ରାଉତ( ଶିକ୍ଷା ବିଭାଗ), ଲଳିତ କୁମାର ପଲେଇ ( କ୍ଲର୍କ), କେ . ଗୌରୀଶଙ୍କର( ଓକିଲ), ନନ୍ଦିନୀ ପୁରୁଷୋତ୍ତମ (ଛାତ୍ରୀ), ସୌମ୍ୟା ସାହୁ ( ଛାତ୍ରୀ) ,ଅଙ୍କିତ ଶବର( ଛାତ୍ର)। ଏହି ସମସ୍ତ ସଭ୍ୟ ମାନ ସହ ମହାବିଦ୍ୟାଳୟର ଅନ୍ୟାନ୍ୟ ଅଧ୍ୟାପକ/ ଅଧ୍ୟାପିକା, ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଆଜି ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା l ଉକ୍ତ ସଭାରେ ଉପସ୍ଥିତ ଥିଲେ ସଭାଦକ୍ଷ,ଅଧ୍ୟକ୍ଷ, ଓ ଅନ୍ୟାନ୍ୟ ଅଧ୍ୟାପକ ଅଧ୍ୟାପିକା ସୁଶ୍ରୀ ଯଶୋଦା ନାୟକ ( ରାଜନୀତି ବିଜ୍ଞାନ ବିଭାଗ) ,ସୁଶ୍ରୀ ସସ୍ମିତା ଚମ୍ଫାଫୁଲ ( ଇତିହାସ ବିଭାଗ) , ସୁଶ୍ରୀ ଦୀକ୍ଷିତା ଲିମା ( ଶିଳ୍ପ ବିଭାଗ), ଶ୍ରୀମତି ଶାନ୍ତି ( ପିଅନ)କାଡ୍ରାକା ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଅଧ୍ୟାପକ/ଅଧ୍ୟାପିକା ଓ ଛାତ୍ର ଛାତ୍ରୀ ନିଜ ନିଜ ଅଭିଭାଷଣ ରେ ନାରୀମାନେ ନିଜେ କିପରି ସୁରକ୍ଷା ପାଇବେ ଓ କିପରି ସଚେତନ ଅବଲମ୍ବନ କରିବେ ସେ ଦିଗରେ ବକ୍ତବ୍ୟ ଦେବା ସହ ସରକାର ଙ୍କ ଦ୍ୱାରା ଜାରିହୋଇଥିବା ନାରୀସୁରକ୍ଷା ସହାୟତା ନଂ ୧୮୧ ବିଷୟରେ ମଧ୍ୟ ବିସ୍ତୁତ ଆଲୋଚନା କରାଯାଇଥିଲା ଏବଂ ନାରୀମାନଙ୍କ ସୁରକ୍ଷାକୁ ନେଇ ସମସ୍ତଙ୍କ ଦ୍ୱାରା ଏକ ଶପଥ ପାଠ ମଧ୍ୟ କରାଯାଇଥିଲା ଓ କାର୍ଯ୍ୟକ୍ରମ ଶେଷରେ ଅଧ୍ୟାପିକା ସୁଶ୍ରୀ ସସ୍ମିତା ଚମ୍ପାଫୁଲ ଧନ୍ୟବାଦ ଅର୍ପଣ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ