Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦିବ୍ୟାଙ୍ଗ ବିଶ୍ବ ମାଝୀଙ୍କୁ ସରକାରୀ ସହାୟତା ଦାବି

କଳାହାଣ୍ଡି: ଗୁରୁଣ୍ଡି ଗୁରୁଣ୍ଡି ଜୀବନ ବିତୁଛି। ଅସହାୟ ଜୀବନ ଜୀଉଁଥିବା ବିଶ୍ବ ମାଝୀଙ୍କୁ ନିଜର ଭୋକିଲା ପେଟକୁ ଦି ଓଳି ଦି ମୁଠା ଦେବା ପାଇଁ ଅନ୍ୟ ଉପରେ ଭରସା କରିବାକୁ ପଡୁଛି। ପିତା ମାତାଙ୍କୁ ହରାଇବା ପରେ ନିଜ ବଡ ଭାଇ ଭାଉଜ ତାଙ୍କୁ ସାହାରା ହୋଇଛନ୍ତି। ଏପରି ଦୁର୍ବିସହ ଜୀବନ ଜୀଉଁଛନ୍ତି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ସିଲେଟ ଗ୍ରାମ ପଞ୍ଚାୟତ ରୁପେନ୍ ଗାଁର ଜଣେ ଦିବ୍ୟାଙ୍ଗ ଯୁବକ ବିଶ୍ବ ମାଝୀ । ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରୁ ବଞ୍ଚିତ ବିଶ୍ବ ଜଣେ ଦିବ୍ୟାଙ୍ଗ ହୋଇଥିଲେ ହେଁ ତାଙ୍କୁ ୭୦୦ ଟଙ୍କା ବଦଳରେ ମିଳୁଛି ମାତ୍ର ୫୦୦ ଟଙ୍କାର ଭିନ୍ନକ୍ଷମ ଭତ୍ତା । ଆଜି ପର୍ଯ୍ୟନ୍ତ ତାଙ୍କର ଆଧାର କାର୍ଡ ଖଣ୍ଡିଏ ବି ନାହିଁ । ଏଣୁ ବ୍ଲକ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇ ବିଶ୍ବଙ୍କୁ ମାସିକ ଭତ୍ତା ଟଙ୍କା ୫୦୦ରୁ ୭୦୦ ଟଙ୍କା ବ୍ରୁଦ୍ଧି କରିବା ସହିତ ଅନ୍ତୋଦୟ ଅନ୍ନ ଯୋଜନାରେ ସାମିଲ କରି ମାସିକ ୩୫ କି.ଗ୍ରା ଚାଉଳ ପ୍ରଦାନ କରିବା ଏବଂ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ଘର ଖଣ୍ଡିଏ ଯୋଗାଇଦେବାକୁ ଦାବି ହେଉଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ