Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଜପତି ଗୁଣି ସନ୍ଦେହ କରି ହତ୍ୟା ଘଟଣାରେ: ଆଉ ଜଣେ ଗିରଫ

ପାରଳାଖେମୁଣ୍ଡି:୧୮/୮(ଗରୁଡ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ମୋହନା ଥାନା କୁସୁମପୁର ଗାଁରେ ଗୁଣି ସନ୍ଦେହରେ ହତ୍ୟା ଘଟଣାରେ ଆଉ ଜଣେ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି. ଗିରଫ ଅଭିଯୁକ୍ତ ହେଲେ ଅଣ୍ଡିରାଗଡ଼ ଗାଁର ମାର୍କଣ୍ଡ ପାଇକ (୩୫) ଏହି ଘଟଣାରେ ବର୍ତ୍ତମାନ ଗିରଫଙ୍କ ସଂଖ୍ୟା ୧୦ କୁ ବୃଦ୍ଧି ପାଇଛି. ପୂର୍ବରୁ, ୯ ଜଣ ଗିରଫ ହୋଇଥିଲେ. ବର୍ତ୍ତମାନ ଏହି ଜଣେ ଗିରଫ ହେବା ପରେ କୋର୍ଟ କରାଯାଇଛି. ଏହି ହତ୍ୟା ଘଟଣାରେ ଆଉ କିଛି ଅଭିଯୁକ୍ତ ମଧ୍ୟ ରହିଛନ୍ତି. ସେମାନଙ୍କୁ ଅତିଶୀଘ୍ର ଗିରଫ କରାଯିବ ବୋଲି ତଦନ୍ତକାରି ଅଧୂକାରୀ ତଥା ଚନ୍ଦ୍ରଗିରି ଫାଣ୍ଡି ଅଧୂକାରୀ ସୁନୀଲ ସେଠୀ ଜଣାଇଛନ୍ତି । ଉଲ୍ଲେଖଯୋଗ୍ୟ ଗତ ୭ ତାରିଖ ରୁଣାକର ଦିନ କମଳାପୁର ଗାଁର କରୁଣା କର ଦଳାଇଙ୍କୁ ଗୁଣି ସନ୍ଦେହରେ କୁସୁମପୁର ଗାଁରେ ହତ୍ୟା କରି ଗାଁଠାରୁ ପ୍ରାୟ ଦେଢ଼ କିଲୋମିଟର ଜଙ୍ଗଲରେ ପୋତି ଦେଇଥିଲେ. ପୋତା ଯାଇଥିବା ସ୍ଥାନରେ ମାଟି ଖୋଳି କରୁଣାକର ଙ୍କ ମୃତଦେହ ଜବତ କରିବା ସହ ସେହି ସମୟରେ କୁସୁମପୁର ଗାଁରୁ ୯ ଜଣଙ୍କୁ ପୋଲିସ ଗିରଫ କରି କୋୖର୍ଟଚାଲାଣ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories