Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କର୍ଣ୍ଣାଟକରେ କିଏ ହେବ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ? ଆଜି ଘୋଷଣା ହୋଇପାରେ ନାଁ

ବେଙ୍ଗାଲୁରୁ: କର୍ଣ୍ଣାଟକରେ କିଏ ହେବ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ? ଏହାକୁ ନେଇ ଚାଲିଛି ଜୋରଦାର ଚର୍ଚ୍ଚା। ମୁଖ୍ୟମନ୍ତ୍ରୀ ଆସନ ପାଇଁ କିଏ ଯୋଗ୍ୟ ବିବେଚିତ ହେବ ସେନେଇ ଦିଲ୍ଲୀରେ ଚାଲିଛି ଆଲୋଚନା। ଆଜି ଘୋଷଣା ହୋଇପାରେ କର୍ଣାଟକର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ। କୁହାଯାଉଛି ସିଦ୍ଧରମୈୟା ହୋଇପାରନ୍ତି ମୁଖ୍ୟମନ୍ତ୍ରୀ ଏବଂ ଶିବକୁମାର ହୋଇପାରନ୍ତି ଉପମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ଦୌଡରେ ଆଗରେ ଅଛନ୍ତି ସିଦ୍ଧରମୈୟା। ଉଭୟ ଦାବିଦାର ଏ‌ବେ ଦିଲ୍ଲୀରେ ଅଛନ୍ତି ।

ତେବେ କଂଗ୍ରେସର ହାଇକମାଣ୍ଡ ସୋନିଆ ଗାନ୍ଧୀ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇପାରିନଥିବାରୁ ନାଁ ଘୋଷଣାରେ ବିଳମ୍ବ ହେଉଛି। ତେବେ ଆଜି ଘୋଷଣା ହେବାର ସମ୍ଭାବନା ରହିଥିବା କୁହାଯାଉଛି । ତେବେ ଏହି ଘୋଷଣା ଦିଲ୍ଲୀରୁ ନୁହେଁ ବରଂ ବେଙ୍ଗାଲୁରୁରେ ହୋଇପାରେ ।

ଅନ୍ୟପଟେ ସିଦ୍ଧରମୈୟାଙ୍କୁ ରାହୁଲ ଗାନ୍ଧୀ ସମର୍ଥନ କରୁଥିବା ଜଣାଯାଇଛି । ସେପଟେ ଶିବକୁମାର କହିଛନ୍ତି ଯେ, ଯଦି ତାଙ୍କୁ ମୁଖ୍ୟମନ୍ତ୍ରୀ କରାଯାଏ, ତାହେଲେ ଠିକ୍, ନହେଲେ ସେ ସାଧାରଣ ବିଧାୟକ ଭାବେ କାର୍ଯ୍ୟ କରିବାକୁ ପ୍ରସ୍ତୁତ । ତେବେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ କାହା ନାଁରେ ମୋହର ମାରୁଛନ୍ତି ତାହା ଉପରେ ରହିଛି ସମସ୍ତଙ୍କ ନଜର।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ