Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଳାହାଣ୍ଡି ବସ ମାଲିକ ସଂଘର ସମ୍ପାଦକଙ୍କ ପରଲୋକ

କଳାହାଣ୍ଡି, ୨୨/୦୮-କଳାହାଣ୍ଡି ବସ ମାଲିକ ସଂଘର ସଂପାଦକ ପ୍ରବୀଣ କୁମାର ଖମାରିଙ୍କ ଆକସ୍ମିକ ବିୟୋଗ ଘଟିଛି। ତାଙ୍କ ବିୟୋଗରେ ଜିଲ୍ଲା ବ୍ୟାପି ଶୋକର ଛାୟା ଖେଳିଯାଇଥିବାବେଳେ ତାଙ୍କ ବାସଭବନରେ ତାଙ୍କ ଶେଷ ଦର୍ଶନ ପାଇଁ ତାଙ୍କ ସମ୍ପର୍କୀୟ ଓ ବନ୍ଧୁବାନ୍ଧବଙ୍କ ସୁଅ ଛୁଟିବାରେ ଲାଗିଛି। ସ୍ବର୍ଗତ ଖମାରୀ କେବଳ ବସ ମାଲିକ ସଂଘର ସମ୍ପାଦକ ଭାବେ ନୁହେଁ ଜଣେ ରାଜନେତା ଓ ସମାଜସେବୀ ଭାବେ ବେଶ ପରିଚିତ ଥିଲେ। ଆଜି ମସ୍ତିଷ୍କ ପ୍ରଦାହ ଜନିତ ରୋଗରେ ହଠାତ ଆକ୍ରାନ୍ତ ହେବାରୁ ତାଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱର ନିଆଯାଉଥିଲା କିନ୍ତୁ ବଉଦ ନିକଟରେ ତାଙ୍କର ମୃତ୍ୟୁ ଘଟିଥିଲା। ସେଠାରୁ ତାଙ୍କ ମରଶରୀର ଘରକୁ ଫେରାଇ ଅଣାଯାଉଥିବା ସୂଚନା ମିଳିଛି। ଏ ଖବର ପ୍ରଚାରିତ ହେବା ପରେ ସାରା ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି। ତାଙ୍କର ଗୋଟିଏ ବୋଲି ଝିଅ ଦିଲ୍ଲୀରେ ରହୁଥିବାବେଳେ ସେ ଫେରିବା ପରେ ଆସନ୍ତାକାଲି ତାଙ୍କ ଶେଷକୃତ୍ୟ କରାଯିବ ବୋଲି ତାଙ୍କ ନିକଟତମ ମହଲରୁ ସୂଚନା ମିଳିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ