Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦୁର୍ଘଟଣାରେ ଆସାମର ଲେଡି ସିଂଘମ୍‌ଙ୍କ ମୃତ୍ୟୁ

ଦିଶପୁର: ଆସାମର ଲେଡି ସିଂଘମ ତଥା ସବ୍‌-ଇନ୍ସପେକ୍ଟର ଜୁନମୋନୀ ରାଭାଙ୍କର ପରଲୋକ ହୋଇଛି। ସଡ଼କ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ରାତିରେ ସେ ଘରକୁ ଫେରୁଥିବା ବେଳେ ତାଙ୍କ କାର୍‌ ଏକ କଣ୍ଟେନର ଟ୍ରକ ସହ ଧକ୍କା ହୋଇଥିଲା। ଏହାପରେ ତାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ଦୁର୍ଘଟଣା ସମୟରେ ସେ ୟୁନିଫର୍ମରେ ନଥିଲେ। ସେ କାର୍‌ରେ ଏକା ଥିଲେ ବୋଲି ପୋଲିସ ସୂଚନା ଦେଇଛି। ଗତକାଲି ପ୍ରାୟ ରାତି ୨.୩୦ରେ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ଖବର ପାଇବା ପ‌ରେ ତାଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନା ନିଆଯାଇଥିଲା। ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ତେବେ ଦୁର୍ଘଟଣା ପରେ ଡ୍ରାଇଭର ଘଟଣା ସ୍ଥଳରୁ ଫେରାର୍ ହୋଇଯାଇଥିବା ଜଣାପଡ଼ିଛି। ପୁଲିସ ଟ୍ରକ୍‌କୁ ଜବତ କରି ତଦନ୍ତ ଆରମ୍ଭ କରିଛି।

ତେବେ ଦୁର୍ନୀତିରେ ଜଡିତ ଥିବା ନିଜ ଭାବି ସ୍ୱାମୀଙ୍କୁ ଗିରଫ କରି ଚର୍ଚ୍ଚିତ ହୋଇଥିଲେ ଲେଡି ସିଂଘମ ଜୁନମୋନୀ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ