Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏଣିକି ସହଜରେ ମିଳିଯିବ ଚୋରି ହୋଇଥିବା କିମ୍ବା ହଜିଯାଇଥିବା ମୋବାଇଲ ଫୋନ୍

ଭୁବନେଶ୍ୱର: ଆପଣଙ୍କ ମୋବାଇଲ୍‌ ହଜିଯାଇଛି କି? ଏଣିକି ମିଳିଯିବ ଚୋରି ହୋଇଥିବା କିମ୍ବା ହଜିଯାଇଥିବା ମୋବାଇଲ ଫୋନ୍ । ଏଥିପାଇଁ ଏକ ନୂଆ ପୋର୍ଟାଲ ଆରମ୍ଭ ହୋଇଛି। ଏହା ମାଧ୍ୟମରେ ଅତି ସହଜରେ ଫୋନକୁ ଠାବ କରି ତାକୁ ବ୍ଲକ ମଧ୍ୟ କରିହେବ । ଏହି ପୋର୍ଟାଲ ଦ୍ବାରା ଚୋରି ହୋଇଥିବା ମୋବାଇଲ୍ କୁ ପାଇଥିବା ଲୋକ ବ୍ୟବହାର କରିପାରିବ ନାହିଁ । ମୋବାଇଲ୍ ଚୋରି ଅଭିଯୋଗ ପାଇଁ ସଂଚାର ସାଥୀ ନାମକ ପୋର୍ଟାଲ ଉନ୍ମୋଚନ କରିଛନ୍ତି ଟେଲିକମ୍ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।

ଏହି ପୋର୍ଟାଲରେ ଫୋନ୍ ଚୋରି ଅଭିଯୋଗ ଆସିବା ପରେ ଅଭିଯୋଗକାରୀଙ୍କ ପରିଚୟ ଯାଞ୍ଚ କରାଯିବ । ଏହା ପରେ ଟେଲିକମ୍ ଅପରେଟର ଓ ଆଇନ ପ୍ରଣୟନକାରୀ ସଂସ୍ଥାଙ୍କ ମିଳିତ ଉଦ୍ୟମରେ ଫୋନକୁ ଠାବ କରି ବ୍ଲକ କରାଯିବ । ନିଜ ନାମରେ କେତୋଟି ସିମ୍ ରହିଛି ତାହାକୁ ମଧ୍ୟ ଲୋକେ ଏହି ପୋର୍ଟାଲ ମାଧ୍ୟମରେ ଜାଣିପାରିବେ । ଏହି ପୋର୍ଟାଲ ମୋବାଇଲ୍ ଚୋରାଚାଲାଣର ମଧ୍ୟ ଯାଞ୍ଚ କରିବ । ଯଦି କେହି ଚୋରି ମୋବାଇଲ ଆଇଏମ୍ଆଇ ନମ୍ବର ବଦଳାଇ ଦିଅନ୍ତି ତେ‌ବେ ବି ସେହି ଫୋନକୁ ଖୋଜି କରିହେବ । ଜାଣନ୍ତୁ କେମିତି କରିବେ ଅଭିଯୋଗ…

ପ୍ରଥମେ Sancharsathi.gov.in ଓପନ କରିବାକୁ ହେବ। ସେଥିରେ ଥିବା Block Stolen/Lost Mobileର ବିକଳ୍ପ ବାଛିବାକୁ ହେବ।  ୱେବସାଇଟରେ ମୋବାଇଲ୍ ଓ ନିଜ ସମ୍ପର୍କରେ ମଗାଯାଇଥିବା ତଥ୍ୟ ଦେବାକୁ ହେବ।  ମୋବାଇଲ୍ ନମ୍ବର, ଆଇଏମ୍ଆଇ ନମ୍ବର। ଏହାସହ ବ୍ରାଣ୍ଡ ନାମ ଆଦି ଦେବାକୁ ହେବ। ମୋବାଇଲ ଚୋରି ହୋଇଥିବା ସ୍ଥାନ ଓ ହଜିଥିବା ତାରିଖ ଦେବାକୁ ପଡ଼ିବ। ପୋଲିସ ଷ୍ଟେସନ୍, ଅଭିଯୋଗ ସଂଖ୍ୟା ଓ ଅଭିଯୋଗ କପ୍ ଦିଆଯିବ। ମୋବାଇଲ ମାଲିକଙ୍କ ନାମ, ଠିକଣା, ଇ-ମେଲ ଆଇଡି ଦେବାକୁ ହେବ। ସବୁ ତଥ୍ୟ ଦେବା ପରେ ସେଲଫ୍ ଡିକ୍ଲାରେସନ୍ ଫର୍ମ ଦାଖଲ କରାଯିବ। ଏହା ପରେ ଅଭିଯୋଗର ଏକ ଆଇଡି ଜାରି ହେବ। ସେହି ଆଇଡି ଆଧାରରେ ଅଭିଯୋଗର ତଦନ୍ତ କରାଯିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ