Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲଭ୍ ମ୍ୟାରେଜରେ ହେଉଛି ଅଧିକ ଛାଡ଼ପତ୍ର, ଦମ୍ପତ୍ତିକୁ ମେଡିଟେସନର ପରାମର୍ଶ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ କହିବା କଥା ଅଧିକାଂଶ ଛାଡ଼ପତ୍ର କେବଳ ପ୍ରେମ ବିବାହରେ ହେଉଛି। ବୁଧବାର ଏକ ମାମଲାର ଶୁଣାଣି ସମୟରେ ଜଷ୍ଟିସ ବିଆର ଗଭଇ ଏବଂ ଜଷ୍ଟିସ ସଞ୍ଜୟ କୌଲଙ୍କ ପୀଠ ଏହି ଟିପ୍ପଣୀ କରିଛନ୍ତି। ପୀଠ ଏକ ଦମ୍ପତ୍ତିଙ୍କ ମଧ୍ୟରେ ଜାରି ବିବାଦ ସଂପର୍କିତ ପିଟିସନ ଉପରେ ଶୁଣାଣି କରି ଉପରୋକ୍ତ ଟିପ୍ପଣୀ କରିଛନ୍ତି। ନିକଟରେ ସର୍ବୋଚ୍ଚ ନ୍ୟାୟାଳୟ ଏକ ନିଷ୍ପତ୍ତିରେ କହିଥିଲେ, ତତ୍କାଳ ଛାଡ଼ପତ୍ର ଦେବା ମାମଲାରେ ନିଜର ସ୍ଵତନ୍ତ୍ର ଅଧିକାରର ବ୍ୟବହାର କରି ପାରନ୍ତି।

ମାମଲାର ଶୁଣାଣି ସମୟରେ ଜଷ୍ଟିସ ଗଭଇ କହିଛନ୍ତି, ଅଧିକାଂଶ ଛାଡ଼ପତ୍ର କେବଳ ପ୍ରେମ ବିବାହ କାରଣରୁ ହେଉଛି। ଖାସ୍ କଥା କୋର୍ଟ ଦମ୍ପତ୍ତିଙ୍କୁ ମେଡିଟେସନ କରିବାକୁ ପରାମର୍ଶ ଦେଇଥିଲେ। ହେଲେ ପତି ଏହାର ବିରୋଧ କରିଥିଲେ। କିନ୍ତୁ ପତ୍ନୀଙ୍କ ବିନା ମତାମତରେ ଛାଡ଼ପତ୍ରକୁ ମଞ୍ଜୁରୀ ଦିଆଯାଇ ପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ମେ ୨ ତାରିଖରେ ନିଜର ଏକ ନିଷ୍ପତ୍ତି ବିଷୟରେ ଉଲ୍ଲେଖ କରି ସର୍ବୋଚ୍ଚ ନ୍ୟାୟାଳୟ ସମ୍ବିଧାନର ଅନୁଚ୍ଛେଦ ୧୪୨(୧) ଆଧାରରେ ତତ୍କାଳ ଛାଡ଼ପତ୍ର ଦେଇ ବୈବାହିକ ସଂପର୍କ ଛିନ୍ନ କରାଯାଇ ପାରିବ ବୋଲି କହିଥିଲେ। ହେଲେ କୋର୍ଟ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି, ଏହା ତେବେ ସମ୍ଭବ ଯେବେ ବିବାହକୁ ବଞ୍ଚାଇବା ପାଇଁ ସମସ୍ତ ରାସ୍ତା ବନ୍ଦ ହୋଇ ଯାଇଥିବ। ତେଣୁ ଦମ୍ପତ୍ତିକୁ ମେଡିଟେସନ କରିବାକୁ ସୁପ୍ରିମକୋର୍ଟ ପରାମର୍ଶ ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ