Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏଣିକି କର୍ପୋରେଟ୍ ଅଫିସ୍‌ରେ ମଦ ଓ ବିୟର ପିଇପାରିବେ କର୍ମଚାରୀ

ନୂଆଦିଲ୍ଲୀ: ଏଣିକି ଅଫିସ୍‌ରେ ପିଇପାରିବେ ମଦ ଓ ବିୟର। ଏମିତି ଏକ ନୂଆ ନୀତି ଆଣିଛନ୍ତି ହରିୟାଣା ସରକାର। ନୂତନ ମଦ ନୀତି ଅନୁଯାୟୀ ଗୁରୁଗ୍ରାମ କିମ୍ବା ହରିୟାଣାର ଅନ୍ୟାନ୍ୟ ଅଞ୍ଚଳରେ ଥିବା କର୍ପୋରେଟ୍ କାର୍ଯ୍ୟାଳୟଗୁଡିକରେ କର୍ମଚାରୀଙ୍କୁ ମଦ୍ୟପାନ କରିବାକୁ ଅନୁମତି ଦିଆଯାଇଛି। କେବଳ ଲୋ କଣ୍ଟେଟର ୱାଇନ୍‌ କିମ୍ବା ବିୟର ପାଇଁ ଅନୁମତି ମଳିବ।

ମଙ୍ଗଳବାର ଦିନ ହରିୟାଣା ସରକାର ନୂତନ ଅବକାରୀ ନୀତି ୨୦୨୩-୨୪ କୁ ଅନୁମୋଦନ କରିଛନ୍ତି। ପରିବେଶ ତଥା ପଶୁ କଲ୍ୟାଣ ପାଣ୍ଠି ପାଇଁ ୪୦୦ କୋଟି ଟଙ୍କା ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର। ହରିୟାଣା ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି।

କର୍ପୋରେଟ୍ କାର୍ଯ୍ୟାଳୟରେ ମଦ ଲାଇସେନ୍ସ କ୍ରୟ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଅଫିସରେ କ୍ୟାଣ୍ଟିନ କିମ୍ବା ଭୋଜନ କ୍ଷେତ୍ରର ସର୍ବନିମ୍ନ କ୍ଷେତ୍ର ୨୦୦୦ ବର୍ଗଫୁଟ ହେବା ଉଚିତ। ବାର୍ ଲାଇସେନ୍ସ ପାଇଁ (L-10F) ଅନୁଦାନ ପ୍ରଣାଳୀ ପ୍ରଯୁଜ୍ୟ ହେବ। ଅବକାରୀ ଏବଂ ଟିକସ କମିଶନରଙ୍କ ଦ୍ବାରା ନିର୍ଦ୍ଦିଷ୍ଟ ସର୍ତ୍ତାବଳୀ ଅନୁଯାୟୀ ବାର୍ଷିକ ୧୦ ଲକ୍ଷ ଟଙ୍କା ଦେୟ ପ୍ରଦାନ ଉପରେ ଲାଇସେନ୍ସ ପ୍ରଦାନ କରାଯିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ