Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିମାନରେ ବିଡି ପିଇ ଯାତ୍ରୀ ଗିରଫ

ବେଙ୍ଗାଲୁରୁ: ବିମାନରେ ବିଡି ପିଇ ଯାତ୍ରୀ ଗିରଫ। ଏଭଳି ଏକ ଘଟଣା ଘଟିଛି ଅହମ୍ମଦାବାଦରୁ ବାଙ୍ଗାଲୋର ଅଭିମୁଖେ ଯାତ୍ରା କରୁଥିବା ଏକ ବିମାନରେ। ବ୍ୟକ୍ତି ଜଣଙ୍କ ଯେତେବେଳେ ବିଡି ପିଇବା ଆରମ୍ଭ କଲେ ସେତେବେଳେ ବିମାନରେ ଧୂଆଁ ଉଠିବାକୁ ଲାଗିଲା। ବିମାନରେ ଥିବା ଯାତ୍ରୀମାନେ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଏବଂ ବ୍ୟକ୍ତି ଜଣଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ। ବିମାନଟି ବାଙ୍ଗାଲୋର ଏୟାରପୋର୍ଟରେ ଅବତରଣ କରିବା ପରେ ଯାତ୍ରୀଙ୍କୁ ପୋଲିସକୁ ହସ୍ତାନ୍ତର କରାଯାଇଥିବା ସୂଚନା ମିଳିଛି।

ଯେତେବେଳେ ପୋଲିସ ଅଭିଯୁକ୍ତଙ୍କୁ ପଚରାଉଚରା କରିଥିଲା, ସେତେବେଳେ ପୋଲିସ ବ୍ୟକ୍ତିଙ୍କ କାରଣ ଶୁଣି ପୋଲିସ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ସେ କହିଥିଲେ ଯେ ଟ୍ରେନରେ ଯାତ୍ରା କରିବା ସମୟରେ ସେ ବିଡି ଟାଣନ୍ତି ବା ଧୂମପାନ କରନ୍ତି, ତେଣୁ ସେ ଭାବିଥିଲେ ଯେ ସେ ବିମାନରେ ବି ଧୂମ୍ରପାନ କରିପାରିବେ।

ବାସ୍ତବରେ ଏହି ବିମାନଟି ଅହମ୍ମଦାବାଦରୁ ବାଙ୍ଗାଲୋର ଅଭିମୁଖେ ଯାତ୍ରା କରୁଥିଲା। ଏଥିରେ ଥିବା ଜଣେ ୫୬ ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ବିଡି ଟାଣିବା ଅଭିଯୋଗରେ ପୋଲିସ ଗିରଫ କରିଛି। ବିଡି ଟାଣିବା ଧୂମ୍ରପାନ କରିବା ଫଳରେ ସାଥୀ ଯାତ୍ରୀଙ୍କ ଜୀବନ ପ୍ରତି ବିପଦ ଥିବା ଅଭିଯୋଗ ହୋଇଥିଲା। ରିପୋର୍ଟ ଅନୁଯାୟୀ ପ୍ରବୀଣ କୁମାର ରାଜସ୍ଥାନର ପାଲି ଜିଲ୍ଲାର ବାସିନ୍ଦା ବୋଲି ଜଣାପଡ଼ିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ