Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଡିଲିଟ୍ ହୋଇଯିବ ଦୁଇ ବର୍ଷ ଧରି ବ୍ୟବହାର ହୋଇ ନଥିବା Gmail ଆକାଉଣ୍ଟ!

ନୂଆଦିଲ୍ଲୀ: ଯଦି ଆପଣ ଦୁଇ ବର୍ଷ ଧରି ଆପଣଙ୍କର Gmail ଆକାଉଣ୍ଟ ବ୍ୟବହାର କରିନାହାଁନ୍ତି ତେବେ ଡିଲିଟ୍ ହୋଇଯିବ ଆକାଉଣ୍ଟ। ଏ ନେଇ ଘୋଷଣା କରିଛି ଗୁଗୁଲ। ଇନ୍‌ଆକ୍ଟିଭ୍‌ Gmail ଆକାଉଣ୍ଟଗୁଡିକ ଡିସେମ୍ବରରୁ ହୋଇପାରେ ଡିଲିଟ । ଗୁଗୁଲ କହିଛି ଯେ କମ୍ପାନୀ ସେହି Gmail ଆକାଉଣ୍ଟକୁ ରିମୁଭ୍ କରିବ ଯାହା ଅତିକମରେ ଦୁଇ ବର୍ଷ ଧରି ବ୍ୟବହୃତ ହୋଇନି। ହ୍ୟାକ୍ ସହିତ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା କହିଛି ଗୁଗୁଲ।

ରିପୋର୍ଟ ଅନୁଯାୟୀ ଗୁଗୁଲ ୱାର୍କସ୍ପେସ୍ ରେ ଥିବା କଣ୍ଟେଟଗୁଡିକୁ ମଧ୍ୟ ଡିଲିଟ କରିପାରେ ଗୁଗୁଲ। ଏଥିରେ Gmail, ଡକସ୍, ଡ୍ରାଇଭ୍, ମିଟ୍ ଏବଂ କ୍ୟାଲେଣ୍ଡର, ଏବଂ ୟୁଟ୍ୟୁବ୍ ଏବଂ ଗୁଗୁଲ୍ ଫଟୋ ଅନ୍ତର୍ଭୁକ୍ତ।

ଏହି ନିୟମ କେବଳ ବ୍ୟକ୍ତିଗତ ଗୁଗୁଲ୍ ଆକାଉଣ୍ଟସ୍ ପାଇଁ ପ୍ରଯୁଜ୍ୟ। ୨୦୨୦ରେ, ମଧ୍ୟ ଏନେଇ ଚେତାବନୀ ଦେଇଥିବା କହିଛି ଗୁଗୁଲ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ