Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦେଶାଇ ଅନୁଷ୍ଠାନ ର ସହାୟତାରେ ଗଜପତି ଜିଲ୍ଲା ରାୟଗଡ ବ୍ଲକ ଜଲାଙ୍ଗ ପଞ୍ଚାୟତର ନୂଆସାହି ଠାରେ ସିସିଡ଼ି ଅନୁଷ୍ଠାନ ତରଫରୁ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠି

ପାରଳାଖେମୁଣ୍ଡି:ଦେଶାଇ ଅନୁଷ୍ଠାନ ସହାୟତା ରେ ସିସିଡି ଅନୁଷ୍ଠାନ ପକ୍ଷରୁ ଗଜପତି ଜିଲ୍ଲା ରାୟଗଡ ବ୍ଲକ ଜଲାଙ୍ଗ ପଞ୍ଚାୟତର ଅର୍ ନୂଆସାହି ଗ୍ରାମରେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ ଦେଶାଇ ଅନୁଷ୍ଠାନର ଆଞ୍ଚଳିକ ସଂଯୋଯିକା ଇନ୍ଦୁମତି ଦେବୀ ଶୁଭ ଉଦ୍ଘାଟନ କରିଥିବା ବେଳେ ଉପାନ୍ତ ଅଞ୍ଚଳର ଲୋକେ ସାଧାରଣ ଲୋକେ ସ୍ବାସ୍ଥ୍ୟ ଓ ଶିକ୍ଷା ରୁ ବଞ୍ଚିତ ନ ହେବାପାଇଁ ଏହା ଅନୁଷ୍ଠାନର ପ୍ରୟାସ ବୋଲି କହିଛନ୍ତି। ଏହି ସ୍ୱାସ୍ଥ୍ୟ ଶିବିରରେ ଆସିଥିବା ଅନେକ ଲୋକେ ମାଗଣାରେ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ସହ ମାଗଣାରେ ଔଷଧ ନେଇଥିଲେ।
ଶ୍ରୀକାକୁଲମ ଜିଲ୍ଲାର ଯେମ୍ସ ହସ୍ପିଟାଲର ଏକ ଡ଼ାକ୍ତର ଦଳ ଭେଷଜ, ଚକ୍ଷୁ ବିଭାଗୀୟ ଡ଼ାକ୍ତର ମାନେ ଯୋଗଦେଇ ରୋଗୀଙ୍କ ରୋଗ ଚି଼ହ୍ନଟ କରିବା ସହ ମାଗଣା ଔଷଧ ବିତରଣ କରାଯାଇଥିଲା। ଏହି କାଯ୍ୟକ୍ରମକୁ ଦେଶାଇ ଅନୁଷ୍ଠାନର ଆଞ୍ଚଳିକ ସଂଯୋଯିକା ଇନ୍ଦୁମତି ଦେବୀ ପରିଚାଳନା କରିଥିବା ବେଳେ ଓ ସିସିଡି ର ଅନେକ କର୍ମକର୍ତ୍ତା ସହୋଯୋଗ କରିଥିଲେ।ଏହି ସ୍ୱାସ୍ଥ୍ୟ ଶିବିରରେ ଶତାଧିକ ରୋଗୀ ମାଗଣାରେ ସ୍ବାସ୍ଥ୍ୟ ପରୀକ୍ଷା କରାଇବା ସହିତ ମାଗଣା ଓଷଧ ନେଇ ଉପକୃତ ହେବା ସହ ସିସିଡି ଅନୁଷ୍ଠାନର ନିର୍ଦ୍ଦେଶକ ଓ ଅନୁଷ୍ଠାନକୁ ଅନେକ ଅନେକ ସାଧୁବାଦ ଜଣାଇଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ