Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଓଡ଼ିଶା ଶିକ୍ଷା ସେବା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ମ. ରାମପୁର ଅଞ୍ଚଳର ବିଜୟଲକ୍ଷ୍ମୀ ନାଗ

କଳାହାଣ୍ଡି,୧୭/୦୫- କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଅଲାତରା ଗାଁର ବିଜୟଲକ୍ଷ୍ମୀ ନାଗ ଓଡ଼ିଶା ଶିକ୍ଷା ସେବା (ଓଇଏସ)ପରୀକ୍ଷାରେ ସଫଳତା ଲାଭ କରିଛନ୍ତି। ସେ ବର୍ତ୍ତମାନ ମ. ରାମପୁର ତହସିଲ ମାଣିକେରା ଠାରେ ରାଜସ୍ବ ନିରୀକ୍ଷକ ଭାବେ କାର୍ଯ୍ୟରତ ଅଛନ୍ତି। । ବିଜୟ ଲକ୍ଷ୍ମୀଙ୍କ ଏହି ସଫଳତାର ଖବର ପ୍ରଚାରିତ ହେବାପରେ ମ.ରାମପୁର ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି। ତାଙ୍କର ଏହି ସଫଳତା ପଛରେ ବାପା ପୂର୍ଣ୍ଣଚନ୍ଦ୍ର ନାଗ, ମାଆ ପୁଷ୍ପଲତା ନାଗ, ଭାଇ ଭବାନୀଶଙ୍କର ନାଗ ଓ ଗୁରୁଜନଙ୍କ ଆଶୀର୍ବାଦର ହାତ ଥିବା ସେ କହିଛନ୍ତି ।