Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମିଥ୍ୟା ମାମଲାରେ ଗିରଫ ପ୍ରତିବାଦରେ ପରିବାର ଲୋକେ ଗଜପତି ଜିଲ୍ଲାପାଳଙ୍କ ଦ୍ୱାରସ୍ତପାରଳାଖେମୁଣ୍ଡି:୧୨/୯(ଗରୁଡ ଧ୍ୱଜ ଚୌଧୁରୀ) ଗଜ

ପାରଳାଖେମୁଣ୍ଡି:୧୨/୯(ଗରୁଡ ଧ୍ୱଜ ଚୌଧୁରୀ) ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ଫରେଷ୍ଟ ଗେଟ୍ ନିକଟରେ ଗତ ତା ୭/୮/୨୦୨୫ ରିଖ ଦିନ ସନ୍ଧ୍ୟା ୩ ଘଣ୍ଟା ସମୟରେ ହରିୟଣା ରାଜ୍ୟର ପାନିପଥ ଆର.ଟି.ଓ ଦ୍ଵାରା ପଞ୍ଜୀକୃତ ଗାଡ଼ି ନମ୍ବର ( ଏଚ୍.ଆର୍ – ୦୬ ଏ ଏଲ୍ ୩୪୬୩ ) ଇକୋ ସ୍ପୋର୍ଟସ କୁ ଗଞ୍ଜେଇ ଚାଲାଣ ଅଭିଯୋଗ ରେ ପାରଳାଖେମୁଣ୍ଡି ଅବକାରୀ ବିଭାଗ ପକ୍ଷରୁ ଗାଡ଼ି ଉପରେ ଚଢାଉ କରି ଗାଡ଼ି ସମେତ ନୂଆଗଡ ବ୍ଲକ ସେରଙ୍ଗ ଥାନା ଅନ୍ତର୍ଗତ କେ.ଝାଲାରସିଂ ଗ୍ରାମର ଦୁଇଜଣ ବ୍ୟକ୍ତି ଅଶେଷ ପରିଛା, ନବଜିତ୍ ବୀରଙ୍କୁ ଅଟକ ରଖି ୦୮/୦୮/୨୦୨୫ ରିଖ ଦିନ କୋର୍ଟ ଚାଲାଣ କରାଯାଇଛି । ତେବେ ଆଜି କୋର୍ଟ ଚାଲାଣ କରାଯାଇଥିବା ଅଭିଯୁକ୍ତଙ୍କ ପରିବାର ତରଫରୁ ଅବକାରୀ ବିଭାଗ ତରଫରୁ ମିଥ୍ୟା ମାମଲା ରୁଜୁ କରି ଫସାଇ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଦର୍ଶାଇ ଉଭୟଙ୍କ ଧର୍ମପତ୍ନୀ ତଥା ଅଶେଷ ପରିଛାଙ୍କ ପତ୍ନୀ ଚିନ୍ନାମୀ ବିଡ଼ିକା ଓ ନବଜିତ୍ ବୀରଙ୍କ ପତ୍ନୀ ନିଶା ମାଳି ଏବଂ ଗ୍ରାମବାସୀ ଗୁରୁବାର ଦିନ ଘଟଣାର ତଦନ୍ତ କରିବା ସହ ଉପଯୁକ୍ତ ନ୍ୟାୟ ପ୍ରଦାନ କରିବା ଲାଗି ଗଜପତି ଜିଲ୍ଲାପାଳଙ୍କ ଦ୍ୱାରସ୍ତ ହୋଇଛନ୍ତି । ତେବେ ପରିବାର ଲୋକଙ୍କ ଅଭିଯୋଗ ଯେ ଅଶେଷ ପରିଛା, ନବଜିତ୍ ବୀର ତାଙ୍କ ଗ୍ରାମର ଏକ ଗୁରୁତର ଅବସ୍ଥାରେ ଥିବା ଜଣେ ରୋଗୀଙ୍କୁ ଡାକ୍ତରଖନାକୁ ଆଣୁଥିବା ସମୟରେ ତାଙ୍କୁ ଗଞ୍ଜେଇ ଭଳି ସଙ୍ଗୀନ ଅଭିଯୋଗରେ ମିଥ୍ୟା ମାମଲାରେ ଫସେଇ ଦିଆଯାଇଛି । ତେବେ ଏନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ ପତ୍ର ଦେବା ସହ ଜିଲ୍ଲାପାଳଙ୍କ ଜରିଆରେ ଏହାର ନକଲ ଗଜପତି ଏସ୍.ପି, ଡି.ଆଇ.ଜି ଭୁବନେଶ୍ୱର, ମୁଖ୍ୟମନ୍ତ୍ରୀ ଓଡ଼ିଶା ଓ ମାନବାଧିକାର କମିଶନ ନୂଆଦିଲ୍ଲୀ ଙ୍କୁ ପ୍ରେରଣା କରାଯାଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ