ବ୍ରହ୍ମପୁର ରୋଟାରୀ କ୍ଲବ ପକ୍ଷରୁ ଗଜପତି ଜିଲ୍ଲାର କୃତୀ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ରାଷ୍ଟ୍ର “ନିର୍ମାତା ଗାରିମାମୟ ସମ୍ମାନ”

ପାରଳାଖେମୁଣ୍ଡି:୧୫/୯(ଗରୁଡ ଧ୍ୱଜ ଚୌଧୁରୀ) ବ୍ରହ୍ମପୁର ରୋଟାରି କ୍ଳବ୍ ତରଫରୁ ଶିକ୍ଷା କ୍ଷେତ୍ରରେ ବିଶେଷ ଅବଦାନ ରଖିଥିବା ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କ କାର୍ଯ୍ୟଶୈଳୀର ସ୍ୱୀକୃତି ସ୍ୱରୂପ ଗରିମାମୟ ସମ୍ମାନ ସମାରୋହ ଆୟୋଜିତ ହୋଇଥିଲା। ସ୍ଥାନୀୟ ରୋଟାରୀ କ୍ଲବ ର ସଭାଗୃହରେ ଆୟୋଜିତ ଏହି ବର୍ଣ୍ଣାଢ଼୍ୟ ଉତ୍ସବକୁ ଅତିଥି ଶିକ୍ଷକମାନଙ୍କୁ ବୀରବାଦ୍ୟ , ଫୁଲ ଚନ୍ଦନ ସହ ସଭାଗୃହକୁ ପାଛୋଟି ନିଆଯାଇଥିଲା ରୋଟାରୀ ସଭାପତି ଇଂ.ଭେଙ୍କେଟ୍ ଆନନ୍ଦଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମ୍ବର୍ଦ୍ଧନା ଉତ୍ସବରେ ଡିଷ୍ଟ୍ରକ୍ଟ ଗଭର୍ଣ୍ଣର ରୋଟାରି , ଶ୍ରୀଯୁକ୍ତ ମନୋଜ ତ୍ରିପାଠୀ, ଜୋନାଲ୍ ଅଧ୍ୟକ୍ଷ ଶ୍ରୀ ରଞ୍ଜିତ ପାଢ଼ି ,ସମ୍ପାଦକ ଶ୍ରୀ ଟି. ରାହୁଲ, ପ୍ରକଳ୍ପ ଚେୟାରପର୍ସନ ଶ୍ରୀ ଅଜିତ ପାତ୍ର ପ୍ରମୁଖ ମଞ୍ଜାସୀନ ଥିଲେ ।ମଞ୍ଜାସୀନ ଅତିଥି ବୃନ୍ଦ ଶିକ୍ଷକଙ୍କ ଭୂମିକାକୁ ସମାଜର ପଥପ୍ରଦର୍ଶକ , ଜାତିର ମେରୁଦଣ୍ଡ ବୋଲି ବର୍ଣ୍ଣନା କରିବା ସହ ଆଦର୍ଶ ଭାବି ନାଗରିକ ସୃଷ୍ଟି କରିବାକୁ ଅଭିପ୍ରେରିତ କରିଥିଲେ। ରୋଟାରୀ କ୍ଲବର ପଦାଧିକାରୀମାନେ “ଶିକ୍ଷକମାନଙ୍କର ପରିଶ୍ରମ, ସମର୍ପଣ ଓ ନିଷ୍ଠା ବିନା ସୁଶିକ୍ଷିତ ସମାଜର ସ୍ୱପ୍ନ ସମ୍ଭବ ନୁହେଁ ବୋଲି ନିଜ ମତ ରଖିଥିଲେ ।
ରୋଟାରି କ୍ଳବ ତରଫରୁ ପୂର୍ବ ସ୍ଥିରୀକୃତ ଗଜପତି ଜିଲ୍ଲାର ଶ୍ରେଷ୍ଠ ଦଶ ଜଣ କୃତୀ ଶିକ୍ଷକ, ଶିକ୍ଷୟତ୍ରୀଙ୍କୁ ସମ୍ମାନୀତ ଓ ସମ୍ବର୍ଦ୍ଧିତ କରିଥିଲେ । ସେମାନେ ହେଲେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରାପ୍ତ ବରିଷ୍ଠ ଶିକ୍ଷକ ଶ୍ରୀ ରମାକାନ୍ତ ପଟ୍ଟନାୟକ , ଗୁମ୍ମା ବ୍ଳକ , ଶ୍ରୀ ହରିକୃଷ୍ଣ ମିଶ୍ର , କାଶୀନଗର ବ୍ଲକ୍ , ଶ୍ରୀମତୀ ରସ୍ମିତା ସାମଲ , ଗୋଷାଣୀ ବ୍ଳକ୍ , ଶ୍ରୀ ଗୌରହରି ପଲାଇ , ମୋହନା ବ୍ଲକ, ଶ୍ରୀ ଶ୍ୟାମ ସୁନ୍ଦର ଗନ୍ତାୟତ,ଗୁମ୍ମା ବ୍ଲକ୍, ଶ୍ରୀ ଆନନ୍ଦ ଶତପଥି , ରାୟଗଡ଼ା ଶ୍ରୀମତୀ ସଙ୍ଗୀତା ପାତ୍ର, ପୌରାଞ୍ଚଳ , ପ୍ରମୁଖଙ୍କୁ ପୁଷ୍ପ ଗୁଚ୍ଛ , ପ୍ରମାଣପତ୍ର, ଉପଢୌକନ, ସ୍ମାରକ ପ୍ରଦାନ ପୂର୍ବକ ସମ୍ମାନୀତ କରାଯାଇଥିଲା । ପୁରସ୍କାରପ୍ରାପ୍ତ ଶିକ୍ଷକ , ଶିକ୍ଷୟତ୍ରୀମାନେ ଏହି ଭବ୍ୟ ସମାରୋହରେ ସମ୍ମାନ ପାଇ ଭାବ ବିହ୍ୱଳ ହେବା ସହ ଆଗାମୀଦିନରେ ଶିକ୍ଷାର୍ଥୀ ଶିକ୍ଷଣ ଓ ମାନବିକ ମୁଲ୍ୟବୋଧର ଗଠନ ନିମନ୍ତେ ନିରନ୍ତର ପ୍ରୟାସ କରିବୁ ବୋଲି ମତବ୍ୟକ୍ତ କରିଥିଲେ l ସଭା ଶେଷରେ ସମ୍ବର୍ଦ୍ଧିତ ରାଷ୍ଟ୍ର ନିର୍ମାଣ ପୁରସ୍କାର ପ୍ରାପ୍ତ ଶିକ୍ଷକ , ଶିକ୍ଷୟିତ୍ରୀଙ୍କୁ ସମ୍ମାନ ଜଣାଇ ସମସ୍ତ ରୋଟାରିଆନ୍ ଦଣ୍ଡାୟମାନ ପୂର୍ବକ କରତାଳି ଦେଇଥିଲେ । ଏହି ଖବର ପାଇଁ ଗଜପତି ଜିଲ୍ଲା ଶିକ୍ଷକ ସମାଜରେ ଆନନ୍ଦର ଲହରୀ ଖେଳିଯିବା ସହ ସମ୍ବର୍ଦ୍ଧିତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟିଛି ।