Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାରଳାଖେମୁଣ୍ଡି ମୁଖ୍ୟରାସ୍ତା ପ୍ରଶସ୍ତୀକରଣ କାର୍ଯ୍ୟ ଅଗ୍ରଗତି ନେଇ ବିଧାନସଭାରେ ପ୍ରଶ୍ନ କଲେ ବିଧାୟକ

ପାରଳାଖେମୁଣ୍ଡି:ପାରଳାଖେମୁଣ୍ଡିର ମୁଖ୍ୟରାସ୍ତା ପ୍ରଶସ୍ତୀକରଣ କାର୍ଯ୍ୟ ସମ୍ପର୍କରେ ଆଜି ବିଧାନସଭାରେ ପାରଳା ବିଧାୟକ ଇଂ.ରୂପେଶ କୁମାର ପାଣିଗ୍ରାହୀ ପ୍ରଶ୍ନ କରିଛନ୍ତି। ପାରଳାଖେମୁଣ୍ଡିର ମୁଖ୍ୟ ରାସ୍ତା ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ରହିଛି। ପ୍ରଶସ୍ତୀକରଣ କାର୍ଯ୍ୟ ମାସ ମାସ ଧରି ବନ୍ଦ ରହିଛି। ଫଳରେ ଜନଜୀବନ ଏବଂ ବ୍ୟବସାୟ ପ୍ରଭାବିତ ହେବା ସହ ଜନସାଧାରଣ ଗମନାଗମନରେ ସମସ୍ୟା ସୃଷ୍ଟି ହେଉଛି ତେଣୁ ପାରଳାଖେମୁଣ୍ଡିର ରାସ୍ତା ପ୍ରଶସ୍ତୀକରଣ କାର୍ଯ୍ୟରେ ବିଳମ୍ବ ବିଷୟରେ ସରକାର ଅବଗତ ଅଛନ୍ତି କି ନାହିଁ, ଯଦି ଅଛନ୍ତି ତେବେ କାର୍ଯ୍ୟର ମନ୍ତର ଓ ଅଗ୍ରଗତି ସମ୍ପର୍କରେ କି ପଦକ୍ଷେପ ନିଆଯାଉଛି ବୋଲି ବିଭାଗୀୟ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ଆଇନ, ପୂର୍ତ୍ତ, ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଥିଲେ ଯେ, ପାରଳାଖେମୁଣ୍ଡିରେ ମୁଖ୍ୟ ରାସ୍ତାର ପ୍ରଶସ୍ତୀକରଣ କାର୍ଯ୍ୟ ରାଜ୍ୟ ଯୋଜନା ଅନୁଯାୟୀ ମଣ୍ଡାସା-ମେଲି ଆପୁଟି – ପାରଳାଖେମୁଣ୍ଡି -କାଶୀନଗର-ଗୁଣୁପୁର ରାସ୍ତା ରାଜ୍ୟ ରାଜପଥ ନଂ ୪ର ୫୬/୬୨୩ କିମି.ରୁ ୫୬/୦୫୦ କିମି. ପର୍ଯ୍ୟନ୍ତ ପ୍ରଶସ୍ତ ଏବଂ ମଜବୁତ କରିବା ପାଇଁ ଉନ୍ନତିକରଣ କାର୍ଯ୍ୟ ଜାରି ରହିଛି। ପ୍ରକଳ୍ପର କାର୍ଯ୍ୟ ୫୧/୬୨୩ କିମି. ରୁ ୫୩/୪୦୦ କିମି ପର୍ଯ୍ୟନ୍ତ ସମାପ୍ତ ହୋଇଛି ୫୫/୨୦୦ ଡ୍ରେନ୍ କାମ ଏବଂ ୫୫/୪୫୦ କାମରେ ବକ୍ସ କଲଭର୍ଟ କାମ ଚାଲିଛି। କାର୍ଯ୍ୟ ସମାପ୍ତ ହେବା ପରେ ରାସ୍ତା ପ୍ରଶସ୍ତ ଏବଂ ମଜବୁତ କରିବା କାର୍ଯ୍ୟ ହାତକୁ ନିଆଯିବା ଜବରଦଖଲ ସମ୍ବନ୍ଧୀୟ କିଛି ସମସ୍ୟା ରହିଛି। ଯାହା ଜିଲ୍ଲା ପ୍ରଶାସନର ସହାୟତାରେ ସମାଧାନ କରାଯାଉଛି। ଯାହା ଦ୍ବାରା କାର୍ଯ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ ସମାପ୍ତ ହୋଇପାରିବ ବୋଲି ମନ୍ତ୍ରୀ ଉତ୍ତର ରଖିଥିବା ସୂଚନା ରହିଛି।