Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଟ୍ୟାକ୍ସି ଡ୍ରାଇଭରଙ୍କୁ ଅପହରଣ ଓ ହତ୍ୟା ମାମଲାରେ ପାରଳାଖେମୁଣ୍ଡି ସହରରୁ ୫ ଜଣଙ୍କୁ ଉଠାଇଲା ଭୁବନେଶ୍ୱର ପୁଲିସ

ପାରଳାଖେମୁଣ୍ଡି:ଜଣେ ଟ୍ୟାକ୍ସି ଡ୍ରାଇଭରଙ୍କୁ ହତ୍ୟା ମାମଲାରେ ପାରଳାଖେମୁଣ୍ଡି ସହରରୁ ୫ ଜଣଙ୍କୁ ଉଠାଇ ନେଲା ପୋଲିସ. ଘଟଣାରୁ ପ୍ରକାଶ, ଟ୍ୟାକ୍ସି ଚାଳକ ବିଦ୍ୟାଧର ସାହୁ ଓରଫ ମଣ୍ଟଙ୍କୁ ଅପହରଣ କରିବା ପରେ ହତ୍ୟାକରି ଫୋପାଡ଼ି ଦେଇଥିବା ଦୁର୍ବୃତ୍ତମାନଙ୍କୁ ଠାବ କରିବା ଲାଗି କମିସନରେଟ୍ ପୁଲିସ ବିଭିନ୍ନ ଜାଗାରେ ଚଢ଼ଉ ଚଳାଇଛି। ପୁଲିସର ୨ଟି ଟିମ୍ ଯାଜପୁର ଓ ପାରଳାଖେମୁଣ୍ଡି ସମେତ 5 ଟି ଜାଗାରେ ଚଢଉ କରିଥିଲା। ପାରଳାଖେମୁଣ୍ଡିରୁ ୫ଜଣଙ୍କୁ ପୁଲିସ ଉଠାଇଆଣିଛି। ସେମାନେ ହେଲେ ରବୀନ୍ଦ୍ର ବେହେରା, କରୁଣା ସାଗର, ରମେଶ ବେହେରା, ଦୀପକ ସାହୁକାର ଓ ମୋହନ ବେହେରା | ପ୍ରଥମରୁ ଜଣେ ଅଟକଥିଲା। ହତ୍ୟାକାଣ୍ଡର ପର୍ଦ୍ଦାଫାସ୍‌ କରିବାକୁ ଏବେ ପୁଲିସ ୬ଜଣଙ୍କୁ ମାରାଥନ୍ ଜେରା କରୁଛି। ଚାକିରି କରାଇବା ବାହାନାରେ ଠକେଇ କରିଥିବା ଏକ ଗ୍ୟାକେଟ୍‌ର ସଦସ୍ୟ ଥିବାରୁ ମଣ୍ଡୁଙ୍କୁ⁴ ହତ୍ୟା କରାଯାଇଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ତେଣୁ ପୁଲିସ ଠକେଇ ମାମଲାକୁ ନେଇ ମଧ୍ୟ ଖୋଳତାଡ଼ ଚଳାଇଛି। ମାତ୍ର ଠକେଇ ମାମଲାର ମାଷ୍ଟରମାଇଣ୍ଡ ଜ୍ୟୋତ୍ସ୍ନା ମାଡାମ୍‌ଙ୍କୁ ପୁଲିସ ଠାବ କରିପାରିନାହିଁ। ବରମୁଣ୍ଡା ଅଞ୍ଚଳରେ ଏକ କନ୍‌ସଲ୍‌ଟାନ୍‌ସି କାର୍ଯ୍ୟାଳୟ ଖୋଲି କୋଟିକୋଟି ଟଙ୍କା ଠକେଇ କରି ଫେରାର ହୋଇଯାଇଥିବା ଜ୍ୟୋତ୍ସ୍ନା ମାଡାମ୍‌ଙ୍କ ପାଇବା ପରେ ମଣ୍ଡୁ ହତ୍ୟାକାଣ୍ଡର ବହୁ ଗୁମର ପଦାକୁ ଆସିବ ତେଣୁ ପୁଲିସ ଏବେ ଖଳନାୟିକା ଜ୍ୟୋତ୍ସ୍ନା ମାଡାମ୍‌କୁ ପିଛା କରିବାରେ ଲାଗିପଡ଼ିଛି।
ମାଡାମ୍ ଜ୍ୟୋତ୍ସ୍ନା ନାଗେଶ୍ଵର ଟାଙ୍ଗୀରେ ରହୁଥିଲେ ଏବଂ ବରମୁଣ୍ଡାରେ କନ୍‌ସଲ୍‌ଟାନ୍‌ସି ଅଫିସ୍ କରିଥିଲେ। ମଣ୍ଟୁ ତାଙ୍କ କାର୍‌କୁ ମାଡାମ୍ ଜ୍ୟୋତ୍ସ୍ନାଙ୍କୁ ମାସିକିଆ ଭଡ଼ାରେ ଦେଇଥିଲେ ଏବଂ ନଜେ କାର୍ ଚଳାଉଥିଲେ । ମାଡାମ୍ ଜ୍ୟୋତ୍ସ୍ନା ନିଜକୁ ଜଣେ ଆଇଏଏସ୍ ଅଫିସର ବୋଲି ପରିଚୟ ଦେଉଥିଲେ | ଏହି ମ୍ୟାକେଟ୍‌ରେ ତାଙ୍କ ସ୍ବାମୀ ଓ ଅନ୍ୟ ଜଣେ ବ୍ୟକ୍ତି ସାମିଲ ଥିଲେ | ସେମାନେ ଚାକିରି ଆଶାୟୀମାନଙ୍କୁ ରାଜଧାନୀକୁ ଡାକି ସାକ୍ଷାତକାର ନେଉଥିଲେ ଏବଂ ବଡ଼ବଡ଼ ମଲ୍‌ଲ୍ଟିନେସ୍‌ନାଲ୍ କମ୍ପାନିରେ ଉଚ୍ଚ ଦରମାରେ ଚାକିରି କରାଇଦେବେ ବୋଲି ପ୍ରତିଶ୍ରୁତି ଦେଉଥିଲେ । ଏଥିପାଇଁ ଲକ୍ଷଲକ୍ଷ ଟଙ୍କା ଦାବି କରୁଥିଲେ। ଆଶାୟୀଙ୍କୁ ଜାଲରେ ଫସାଇବା ପରେ ମାଡାମ୍ କାର୍ ଚାଳକ ମଣ୍ଟୁ ମାଧ୍ୟମରେ ଟଙ୍କା ଆଣୁଥିଲେ | ମଣ୍ଟୁ ହିଁ ଆଶାୟୀ
ମାନଙ୍କ ଠାରୁ ଟଙ୍କା ଆଣି ମାଡାମ୍ ଦେଉଥିଲେ | ମଣ୍ଟୁ କିଭଳି ମାଡାମ୍‌ଙ୍କ ସମ୍ପର୍କରେ ଆସିଲା ଏବଂ ତାଙ୍କର ଏତେ ବିଶ୍ବ ଓ ଖାସ୍ ହୋଇପାରିଥିଲା, ସେନେଇ ପୁଲିସ ତଦନ୍ତ କରୁଛି। ମଣ୍ଟୁଙ୍କ କଲ୍ ଡିଟେଲ୍‌ ଯାଞ୍ଚ କରି ପୁଲିସ ଏହି ରହସ୍ୟ ଭେଦ କରିବାକୁ ଲାଗିଛି l ତଦନ୍ତରୁ ଜଣାପଡ଼ିଛି. ଗଜପତି ଜିଲ୍ଲାରେ ଏହି ଠକ ଗ୍ୟାଙ୍ଗ ସକ୍ରିୟ ଥିଲା। ଏକାଧିକ ଦଲାଲଙ୍କ ଜରିଆ ଚାକିରି ଆଶାୟୀଙ୍କୁ ଠାବ କରାଯାଇଥିଲା । ଏହି ମ୍ୟାକେଟ୍ ପାରଳାଖେମୁଣ୍ଡି ସହ ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚଳର ପ୍ରାୟ ୪୦ରୁ ଅଧିକ ଯୁବକଙ୍କଠାରୁ ୪ କୋଟିରୁ ଅଧି ଟଙ୍କା ଠକି ନେଇଥିଲା । ଆଶାୟୀଙ୍କଠାରୁ କୋଟି କୋଟି ଟଙ୍କା ଠକେଇ କରିବା ମାଡାମ୍ ଜ୍ୟୋତ୍ସ୍ନା କାର୍ଯ୍ୟାଳୟ ବନ୍ଦ କରି ଅନ୍ତର୍ଦ୍ଧାନ ହୋଇଯିବା ପରେ ମଣ୍ଟୁ ଅଡୁଆ ପଡ଼ିଯାଇଥିଲେ | ଠକେଇର ଶିକାର ହୋଇଥିବା ଆଶାୟୀମାନେ ମଣ୍ଡୁଙ୍କ ହାତକୁ ଟଙ୍କା ଦେଇଥିବାରୁ ତାଙ୍କୁ ଧରିଥିଲେ | ଟଙ୍କା ଫେରାଇବାକୁ ସେମାନେ ମଣ୍ଡୁଙ୍କୁ ଧମକଚମକ ଦେଇ ଆସୁଥିଲେ | ମାତ୍ର ଏତେ ଟଙ୍କା ଫେରାଇବା ମଣ୍ଡୁଙ୍କ ପକ୍ଷେ ସମ୍ଭବ ନଥିଲା ୧୫ ତାରିଖ ଦିନ କିଛି ଆଶାୟୀ ମଣ୍ଡୁଙ୍କୁ ଅପହରଣ କରିନେଇଥିଲେ ଏବଂ ମୁଣ୍ଡଜାମି ରଖି ୨ କୋଟି ଟଙ୍କା ଦେବାକୁ ପରିବାର ଲୋକଙ୍କୁ ଫୋନ୍ କରିଥିଲେ | ଅପହର୍ତ୍ତାମାନେ ମଣ୍ଡୁଙ୍କୁ ଯାଜପୁର ନେଇ ୨ଦିନ ରଖି ନିସ୍ତୁକ ମାଡ଼ମାରିଥିଲେ | ୨୦ ତାରିଖ ସକାଳେ ଚନ୍ଦକା ଥାନା ଅଞ୍ଚଳରୁ ମଣ୍ଡୁଙ୍କ ମୃତଦେହ ମିଳିଥିଲା |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories