Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୋଦୀ ସରକାରରେ ଆଉ ଏକ ଅଦଳବଦଳ, ଆଇନ ରାଷ୍ଟ୍ର ମନ୍ତ୍ରୀଙ୍କ ବଦଳିଲା ବିଭାଗ

ନୂଆଦିଲ୍ଲୀ: କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁଙ୍କ ପରେ ଆଇନ ରାଷ୍ଟ୍ର ମନ୍ତ୍ରୀ ଏସପି ସିଂହ ବଘେଲଙ୍କ ବିଭାଗ ପରିବର୍ତ୍ତନ କରାଯାଇଛି। ତାଙ୍କୁ ରାଷ୍ଟ୍ର ସ୍ଵାସ୍ଥ୍ୟ ମନ୍ତ୍ରୀ ଭାବେ ନିଯୁକ୍ତ କରାଯାଇଛି। ଏହା ପୂର୍ବରୁ ଆଜି କିରେନ ରିଜିଜୁଙ୍କୁ ବିଜ୍ଞାନ ମନ୍ତ୍ରଣାଳୟ ଦାୟିତ୍ଵ ଦିଆଯାଇଥିଲା। ତାଙ୍କ ସ୍ଥାନରେ ଅର୍ଜୁନ ରାମ ମେଘଓ୍ଵାଲଙ୍କୁ ଆଇନ ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ଵ ମିଳିଛି।

ମୋଦୀ ସରକାରଙ୍କ ମନ୍ତ୍ରିମଣ୍ଡଳରେ ଏହି ଅଦଳବଦଳ ସରକାରଙ୍କ ୯ ବର୍ଷ ପୂରଣ ହେବାର ଠିକ୍ ଗୋଟିଏ ସପ୍ତାହ ପୂର୍ବରୁ କରାଯାଇଛି। ମେ ୨୬ ତାରିଖରେ ମୋଦୀ ସରକାରର କେନ୍ଦ୍ରରେ ୯ ବର୍ଷ ପୂରଣ ହେଉଛି। ଉଲ୍ଲେଖନୀୟ ଜଜଙ୍କ ନିଯୁକ୍ତିକୁ ନେଇ କଲେଜିୟମ ଏବଂ ସରକାରଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ଉପୁଜିଥିଲା।

ଏହି ପ୍ରସଙ୍ଗରେ ନିଜର ବୟାନକୁ ନେଇ ଆଇନ ମନ୍ତ୍ରୀ କିରେନ ରିଜିଜୁ ଚର୍ଚ୍ଚିତ ଥିଲେ। ତାଙ୍କର ଅନେକ ଟିପ୍ପଣୀକୁ ନେଇ ସରକାର ଏବଂ ନ୍ୟାୟପାଳିକା ମଧ୍ୟରେ ଟଣାଓଟରା ପରିସ୍ଥିତି ଦେଖିବାକୁ ମିଳିଥିଲା। ତେବେ କିରେନ ରିଜିଜୁ ଏବଂ ଏସପି ସିଂହ ବଘେଲଙ୍କ ବିଭାଗ ଅଦଳବଦଳ ନେଇ ସରକାରଙ୍କ ପକ୍ଷରୁ କୌଣସି ଆନୁଷ୍ଠାନିକ ବୟାନ ଦିଆଯାଇ ନାହିଁ। ଦୁହିଁଙ୍କ ମନ୍ତ୍ରଣାଳୟ ବଦଳି ନେଇ ରାଷ୍ଟ୍ରପତିଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ