Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଜପତି ଜିଲ୍ଲା ର ନୂଆଗଡ ବ୍ଲକରେ ୩ ବର୍ଷ ହେଲା ଖାଲିପଡିଛି ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧୂକାରୀ ପଦବୀ…… ଉନ୍ନୟନମୂଳକ କାର୍ଯ୍ୟ ଠପ

ପାରଳାଖେମୁଣ୍ଡି:୨୭/୯(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାର ନୂଆଗଡ଼ ବ୍ଲକରେ ଗତ ୩ ବର୍ଷ ହେଲା ଖାଲି ପଡିଛି ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀଙ୍କ ପଦବୀ. ଏହି ବ୍ଲକ ଆଦିବାସୀ ବହୁଳ ଦୁର୍ଗମ ବ୍ଳକ ଅଟେ. ଏହି ବ୍ଲକରେ ଲୋକଙ୍କ ଠାରେ ବିକାଶ ପହଂଚାଇବା ପାଇଁ ପଞ୍ଚାୟତରାଜ ବ୍ୟବସ୍ଥାରେ ଗ୍ରାମପଞ୍ଚାୟତ ମାନଙ୍କରେ କୋଟି କୋଟି ଟଙ୍କା ଖର୍ଚ କରାଯାଇଛି. ହେଲେ ଏହାର ସୁଫଳ ଲୋକଙ୍କ ଠାରେ ପହଞ୍ଚି ପାରି ନ ଥିବା ଅଭିଯୋଗ ହୋଇଛି. ପଂଚାଯତ ଉନ୍ମୟନମୂଳକ କାର୍ଯ୍ୟର ତଦାରଖ କରିବା ସହ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ସହଯୋଗ କରିବାକୁ ସମସ୍ତ ବ୍ଲକ ମାନଙ୍କରେ ପଞ୍ଚାୟତ ଉନ୍ନୟନ ଅଧିକାରୀ ପଦବୀ ରହିଥାଏ. କିନ୍ତୁ ଗଜପତି ଜିଲ୍ଲାର ନୂଆଗତ ବ୍ଲକରେ ୧୯ ଗୋଟି ପଞ୍ଚାୟତ ଥିଲେ ମଧ୍ୟ ୨୦୨୨ ମସିହାରେ କାର୍ଯ୍ୟରତ ପ୍ରଭାକର ସାହୁ ଗ୍ରାମପଂଚାୟତ ଉନ୍ନୟନ ଅଧିକାରୀ ପଦରୁ ଅବସର ନେବାପର ଠାରୁ ଆଜି ପର୍ଯ୍ୟନ୍ତ ଏହି ବ୍ଲକରେ ଉନ୍ନୟନ ଅଧୁକାରୀଙ୍କ ପଦବୀ ପୂରଣ ହୋଇନାହିଁ. ଯଦ୍ୱାରା ନୂଆଗଡ ବ୍ଲକର ସମସ୍ତ ପଞ୍ଚାୟତରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନ ହିତକର କାର୍ଯ୍ୟକ୍ରମର ସଫଳ ରୂପାୟନ ହୋଇପାରୁନାହିଁ ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି. ଗ୍ରାମବାସୀମାନେ ଅତି ତୁରନ୍ତ ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ପଦଵୀକୁ ତୁରନ୍ତ ପୂରଣ କରିବା ପାଇଁ ଦାବି ଜଣାଇଛନ୍ତି.

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ