Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସନ୍ଧ୍ୟା ୭ଟା ଯାଏ ପ୍ରବଳ ବର୍ଷା ସମ୍ଭାବନ; ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର: ସନ୍ଧ୍ୟା ୭ଟା ଯାଏ ରାଜ୍ୟର ୫ଟି ଜିଲ୍ଲାରେ ଘଡଘଡି ବିଜୁଳି ସାଙ୍ଗକୁ କୁଆପଥର ମାଡ ଓ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ଏ ନେଇ ଭାରତ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ପାଞ୍ଚଟି ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଆଇଏମଡି।
କୁଆପଥର ବର୍ଷା ସହ ପବନର ବେଗ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବା ସମ୍ଭାବନା ରହିଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ମୟୂରଭଞ୍ଜ, ବାଲାସୋର, ଢେଙ୍କାନାଳ, କଟକ ଏବଂ ରାୟାଗଡା ରେ ଆଗାମୀ ୩ ଘଣ୍ଟା ମଧ୍ୟରେ ବର୍ଷା ସମ୍ଭାବନା ରହିଛି। ଲୋକଙ୍କୁ ପାଣିପାଗ ଉପରେ ନଜର ରଖିବାକୁ ଏବଂ ସେହି ଅନୁଯାୟୀ ନିରାପଦ ସ୍ଥାନକୁ ଯିବାକୁ ପରାମର୍ଶ ଦିଆଯାଇଛି।

ନୂଆପଡ଼ା, ମାଲକାନଗିରି, ସମ୍ବଲପୁର, କୋରାପୁଟ, ଦେଓଗଡ, ସୁନ୍ଦରଗଡ, କେନ୍ଦୁଝର, ଅନୁଗୁଳ, ନୟାଗଡ, ଖୋର୍ଦ୍ଧା, ଗଞ୍ଜାମରେ ବଜ୍ରପାତ ସାଙ୍ଗକୁ ହାଲୁକା ଏବଂ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି କହିଛି ଆଇଏମଡି। ଏ ନେଇ ଏହିସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଇଏମଡି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ