Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଜ୍ରପାତରେ ଗାଈ ଚରାଳୀଙ୍କ ମୃତ୍ୟୁ

କଳାହାଣ୍ଡି,୦୯/୧୦-ଆଜି ଅପରାହ୍ନ ସମୟରେ ଗାଁ ନିକଟସ୍ଥ ପଡ଼ିଆରେ ଗାଈ ଚରାଉଥିବାବେଳେ ହଠାତ ଘଡ଼ଘଡ଼ି ସହିତ ବଜ୍ରପାତ ହେବାରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣକ ହେଲେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବେନଗାଁ ପଞ୍ଚାୟତ ପଦ୍ମଥୋପା ଗାଁର ଡୁଡୁ ହରିଜନ (୫୬)। ସେ ଆଜି ଅପରାହ୍ନରେ ଗାଁ ନିକଟସ୍ଥ ପଡ଼ିଆରେ ଗାଈ ଚରାଉଥିବାବେଳେ ହଠାତ ବର୍ଷା ଓ ଘଡ଼ଘଡ଼ି ସହିତ ବଜ୍ରପାତ ହେଉଥିଲା। ଏହି ସମୟରେ ଡୁଡୁଙ୍କ ଦେହରେ ବଜ୍ରପାତ ହେବାରୁ ଘଟଣାସ୍ଥଳରେ ହିଁ ସେ ଟଳି ପଡ଼ିଥିଲେ। ଏ ସମ୍ପର୍କରେ ଖବର ପାଇ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ବେନଗାଁ ଡାକ୍ତରଖାନାକୁ ନେଇଥିବାବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଏନେଇ ବିଜେପୁର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହିତ ଶବ ଜବତ କରି ଲାଞ୍ଜିଗଡ଼କୁ ପଠାଇଥିବା ଜଣାପଡିଛି। ତେବେ ରାତି ହୋଇଯିବାରୁ ଆସନ୍ତାକାଲି ଶବ ବ୍ୟବଚ୍ଛେଦ କରାଯିବ ବୋଲି ସୂଚନା ମିଳିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ