Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନୂଆପଡା ଉପନିର୍ବାଚନ :ନିଶାରେ କାହାକୁ ମୁକ୍ତି ନାହିଁ, ଅବକାରୀ କବ୍ଜାରେ ସାରା ନୂଆପଡା

ନୂଆପଡା ଉପନିର୍ବାଚନ ପୂର୍ବରୁ ତେଜିଛି ନୂଆପଡା ଅବକାରୀ ବିଭାଗ।ଯୋର କରିଛି ତଲାସୀ ଅଭିଯାନ। ନିଶା ଦ୍ରବ୍ୟ ପରିବହନକୁ କୌଣସି ହିସାବରେ ମୁକ୍ତି ନାହିଁ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ରେ ଅବକାରୀ ବିଭାଗ ସମଗ୍ର ଜିଲ୍ଲା ସୀମା ଭିତରେ ଖାନତଲାସି ଚଳାଇ ସଫଳତା ସାଉଁଟିଛି।
ଗତ ରବିବାର ସୁଦ୍ଧା ବିଭାଗୀୟ ଅଧିକାରୀ ଯାଞ୍ଚ କରି ୬୩ଲିଟର ବିଅର୍, ୩୨.୫ଲିଟର ବିଦେଶୀମଦ, ୩୧୦୬ଲିଟର ହାତ ରନ୍ଧା ମଦ, ୫୪୫ଲିଟର ବାହାର ଭାଟି ମଦ ,୪ କେଜି ଗଞ୍ଜେଇ ଏବଂ ୭୦,୩୫୦ କେଜି ମହୁଲ ପୋଚ ଜବତ କରିଛନ୍ତି। ଏସବୁର ଆନୁମାନିକ ମୂଲ୍ୟ ୪୫ ଲକ୍ଷ ୨୪ ହଜାର ଟଙ୍କା ହେବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।ଏହା ସହିତ ତିନୋଟି ବାଇକ୍ ମଧ୍ୟ ଅବକାରୀ ବିଭାଗ ଜବତ କରିଛନ୍ତି।

ଆଗାମୀ ଦିନରେ ଯାଞ୍ଚ ପ୍ରକ୍ରିୟା କୁ ଆହୁରି ବ୍ୟାପକ ଓ ସଂଗଠିତ କରି ସବୁ ବେଆଇନ୍ ଅବକାରୀ ସାମଗ୍ରୀ ଚାଲାଣ ଓ କାର୍ଯ୍ୟକଳାପ ସମ୍ପୂର୍ଣ ବନ୍ଦ କରିବା ପାଇଁ ବିଭାଗ ପକ୍ଷରୁ ରଣକୌଶଲ ସ୍ଥିର କରିଛି। ଉପନିର୍ବାଚନ କୁ ଆଖିଆଗରେ ରଖି ନିଶାରେ କାହାକୁ ମୁକ୍ତି ନାହିଁ ବୋଲି ବିଭାଗ ଚେତାଇ ଦେଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ