Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନୂଆପଡା କୁ ନ୍ୟାୟ ପାଇଁ ଗାଁ କୁ ଗାଁ ବୁଲିଲେ ସ୍ନେହାଙ୍ଗିନୀ ଏନଏସି ରେ ଦୀପାଳି ଦାଶ

ନୂଆପଡା: ମା କୁ ସମ୍ମାନ, ଗାଁକୁ କାମ ମିଳିବ । ଅଟକି ଯାଇଥିବା ମହିଳା ସଶକ୍ତିକରଣ ପୁଣି ଆଗକୁ ବଢିବ । ନୂଆପଡ଼ାବାସୀଙ୍କୁ ସେମାନଙ୍କ ଅଧିକାରରୁ କେହି ବଞ୍ଚିତ କରିପାରିବେ ନାହିଁ । ଚାଷୀଙ୍କ ପାଇଁ ଆମେ ସ୍ୱର ଉଠାଇବୁ । ମଙ୍ଗଳବାର ବିଜୁ ଜନତା ଦଳର ପ୍ରାର୍ଥୀନୀ ନୂଆପଡା ବ୍ଲକରେ ଜିଲ୍ଲାପରିଷଦ ଜୋନ୍-୮ର ୫ଟି ଗ୍ରାମପଞ୍ଚାୟତରେ ବିଜେଡି ସପକ୍ଷରେ ଭୋଟ ମାଗିବା ଅବସରରେ ଏହି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି । ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ଆଜି କୁଲିଆବନ୍ଧା, ଭାନପୁର, ବିରମୋଲ, ଜାମପାଣି ଓ ଗୋଦଫୁଲ୍ଲା ପଞ୍ଚାୟତରେ ନିର୍ବାଚନୀ ପ୍ରଚାର କରିବା ଅବସରରେ ଲୋକଙ୍କ ଦ୍ୱାରା ବେଶ୍ ଆଦର ଓ ଆଶୀର୍ବାଦ ଲାଭ କରିଥିଲେ । ଏହି ଅବସରରେ ସେ ଗ୍ରାମବାସୀଙ୍କ ସହ ଆଲୋଚନା କରି ସେମାନଙ୍କର ସମସ୍ୟା ଶୁଣିଥିଲେ । ଅଞ୍ଚଳର ବିକାଶ ପାଇଁ କ’ଣ ଆବଶ୍ୟକ ପଚାରି ବୁଝିଥିଲେ । ନବୀନ ବାବୁଙ୍କ ସମୟରେ ହୋଇଥିବା ବିକାଶମୂଳକ କାମ ପାଇଁ ସେମାନେ ଏଥର ମଧ୍ୟ ବିଜେଡିକୁ ସମର୍ଥନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ବିଜେଡିର ବରିଷ୍ଠ ନେତା ଡ଼ ଅରୁଣ ସାହୁଙ୍କ ସହ ଦେବାଶିଷ ପଟ୍ଟନାୟକ, ବେଣୁଧର ପ୍ରଧାନ, ସାନନ୍ଦ ମାରାଣ୍ଡି, ପ୍ରଶାନ୍ତ ବେହେରା ଓ ସାରଦା ଜେନା ବିଜେଡିକୁ ଭୋଟ୍ ଦେଇ ନବୀନ ବାବୁଙ୍କ ପ୍ରତି ଶ୍ରଦ୍ଧା ବ୍ୟକ୍ତ କରିବାକୁ ଆହ୍ୱାନ ଜଣାଇଥିଲେ । ଶ୍ରୀମତୀ ଛୁରିଆଙ୍କୁ ସ୍ଥାନୀୟ ଲୋକେ କୃଷି ଉତ୍ପାଦନ ବୃଦ୍ଧି ଓ ବିପଣନ ବୃଦ୍ଧି ସମ୍ପର୍କରେ ଜଣାଇବା ସହିତ ସହଯୋଗ କାମନା କରିଥିଲେ ।
ଏହି ପ୍ରଚାର ଅଭିଯାନରେ ଶ୍ରୀମତୀ ଛୁରିଆ କୁଲିଆବନ୍ଧା, ଭାନପୁର, ବିରମୋଲ, ଜାମପାଣି ଓ ଗୋଦଫୁଲ୍ଲା ଗ୍ରାମପଞ୍ଚାୟତର ଅନେକ ସ୍ଥାନୀୟ ଗ୍ରାମକୁ ଯାତ୍ରା କରି ବିଜେଡି ସରକାରଙ୍କ ସଫଳ ଗାଥା ଦୋହରାଇଥିଲେ । କୁଲିଆବନ୍ଧାରେ ସେ ବୋଥା, ଘେରେଣ୍ଡିହୀ, ସେନଭଟା, ଧନୋରା, କୁଲିଆବନ୍ଧା ଓ ଧୁମାଧତା ଗ୍ରାମଗୁଡ଼ିକୁ ଯାଇ ପ୍ରଚାର କରିଥିଲେ । ଭାନପୁରରେ ସେ ମାସାଙ୍କୁଣ୍ଡା, ଚୁହୁରା, ଚିଂଚୁଆନ, ରାଣିଦର୍ହା ଓ ଭାନପୁର, ବିରମୋଲରେ ବିରୋମାଲ ଓ ଦରଲିନୂଆପଡାରେ ସେ ପ୍ରଚାର କରିଥିଲେ । ସେହିପରି ଜାମପାଣିରେ ଚିଚିରିପାଣି, ତୋଙ୍ଗୋପାଣି, ଚିନ୍ଧିପାଣି ଓ ଜାମପାଣି ଗ୍ରାମରେ ପ୍ରଚାର କରିଥିଲେ । ଗୋଦଫୁଲ୍ଲାରେ ସେ ପାଗରପାଣି, ଜୁନାନୀ, ଗୋଦଫୁଲ୍ଲା ଓ ଭେରା ଗ୍ରାମକୁ ଯାଇ ଲୋକଙ୍କୁ ଭେଟିଥିଲେ ।
ସେହିପରି ଆଜି ଝାରସୁଗୁଡା ର ପୂର୍ବତନବିଧାୟିକା ଦୀପାଳି ଦାଶ ଆଜି ନୂଆପଡା ଏନଏସିରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ଘରକୁ ଘର ବୁଲି ଭୋଟ ଭିକ୍ଷା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ