Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗତ ୧୬ ମାସରେ ବିଜେପି ସରକାର ଓଡ଼ିଶାବାସୀଙ୍କ ସହିତ ବିଶ୍ୱାସଘାତକତା କରିଛି: ବିଜେଡି

ନୂଆପଡା: ଗତକାଲି କୋମନା ବ୍ଲକର ତରବୋଡା ନିର୍ବାଚନୀ ସଭାରେ ବିଜୁ ଜନତା ଦଳର ସଭାପତି ତଥା ମାନ୍ୟବର ବିରୋଧୀ ଦଳ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଅଭିଭାଷଣ ଉପରେ ଟୀକାଟିପ୍ପଣୀ ଦେଉଥିବା ବିଜେପି ଦଳର ନେତାମାନଙ୍କୁ ପ୍ରଶ୍ନ କରିଛି ବିଜୁ ଜନତା ଦଳ ।
ଆଜି ଶଙ୍ଖଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି ଏବଂ ରାଜ୍ୟସଭା ସାଂସଦ ଶ୍ରୀମତୀ ସୁଲତା ଦେଓ, ଗତ ୧୬ ମାସରେ ବିଜେପି ସରକାର ଓଡିଶାବାସୀଙ୍କ ସହିତ ବିଶ୍ୱାସଘାତ କରିଥିବା କହିଛନ୍ତି । ଡ଼ ମହାନ୍ତି କହିଛନ୍ତି ଯେ, ୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତିକୁ କେତେ ମାତ୍ରାରେ ପୂରଣ କରିଛନ୍ତି ବୋଲି ଗତକାଲି ନିର୍ବାଚନୀ ସଭାରେ ବିଜେଡି ସୁପି୍ରମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ବିଜେପିକୁ ପ୍ରଶ୍ନ କରିଥିଲେ । ଆମେ ବିଜେପି ସରକାରକୁ ପଚାରିବାକୁ ଚାହୁଁଛି ଯେ, ୩୦୦ ୟୁନିଟ୍ ମାଗଣା ବିଜୁଳି ଓଡ଼ିଶାବାସୀଙ୍କୁ ମିଳିପାରିଲା କି ? ବିଜେପି କହିଥିଲା ବୁଢ଼ାବୁଢ଼ୀ ମାନଙ୍କୁ ୩୫୦୦ ଟଙ୍କା ଭତ୍ତା ଦେବ, ୨୪ ଘଣ୍ଟାରେ ଚିଟଫଣ୍ଡ ଟଙ୍କା ଫେରସ୍ତ ମିଳିବ, ପ୍ରତି ପଞ୍ଚାୟତରେ ୧୦୦ ଜଣଙ୍କୁ ଚାକିରି ମିଳିବ, ଚାଷୀଙ୍କୁ ୟୁରିଆ ସାର ମିଳିବ, କିନ୍ତୁ ଏସବୁ ପ୍ରତିଶ୍ରୁତି ଆଜି ପ୍ରତାରଣାରେ ପରିଣିତ ହୋଇଛି । ପୂର୍ବ ବିଜେଡି ସରକାର କରିଥିବା ଜନକଲ୍ୟାଣ ଯୋଜନା ମଧ୍ୟରୁ ୨୫ଟି ଯୋଜନାର ନାମ ପରିବର୍ତ୍ତନ କଲେ । ତେଣୁ ବିଜେପି ସରକାର ଗେମ୍ ଚେଞ୍ଜର ସରକାର ନୁହେଁ, ନେମ୍ ଚେଞ୍ଜର ସରକାର । ଡବଲ ଇଞ୍ଜିନ ସରକାର ଓଡ଼ିଶାରେ ଦୁଇ ଗୁଣା ବିକାଶ ହେବ କହୁଥିବା ବେଳେ ଦୁଇ ଗୁଣା ବିନାଶ ହୋଇଛି । ବିଜେପି କ୍ଷମତାକୁ ଆସିବା ପରେ ଓଡ଼ିଶାକୁ କେନ୍ଦ୍ରୀୟ ଅନୁଦାନ ୧୮.୧୯ ପ୍ରତିଶତ କମିଲା, ୧୬ଟି ପରୀକ୍ଷାରେ ମହାବିଭ୍ରାଟ ହେଲା, ଗତ ୧୬ ମାସରେ ୩୭,୬୧୧ ମହିଳା ନିର୍ଯାତନା ମାମଲା ହୋଇଛି । ବିଜେପି ସରକାରର ଏହି ଅପାରଗତାକୁ ନେଇ ରାଜ୍ୟରେ ଜନଅସନ୍ତୋଷ ବୃଦ୍ଧି ପାଉଥିବା ବେଳେ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଅଭିଭାଷଣ ଉପରେ ବିଜେପି ନେତାମାନଙ୍କ ଟିପ୍ପଣୀ ଅତ୍ୟନ୍ତ ହାସ୍ୟାସ୍ପଦ ।
ଶ୍ରୀମତୀ ସୁଲତା ଦେଓ କହିଥିଲେ ଯେ, ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ମାନ୍ୟବର ବିରୋଧୀ ଦଳ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଅଭିଭାଷଣ ଉପରେ ଦେଇଥିବା ମନ୍ତବ୍ୟ ଦୁର୍ଭାଗ୍ୟଜନକ । ୭ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରି ୭୦ ଲକ୍ଷ ମହିଳାଙ୍କୁ ସଶକ୍ତ କରିଥିଲେ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ । ହାଣ୍ଡିଶାଳରୁ ମହିଳାମାନଙ୍କୁ ଆଣି ନାରୀ ସଶକ୍ତିକରଣ ପାଇଁ ଦୁବାଇ, ମାଲେସିଆ ଓ ସିଙ୍ଗାପୁର ପଠାଇଥିଲେ । ପୂର୍ବ ବିଜେଡି ସରକାର ସମୟରେ ଓଡିଶା ସରକାରଙ୍କ ୩୦ଟି ବିଭାଗର କାମ କରୁଥିଲେ ମିଶନଶକ୍ତି ମହିଳା ମାଆମାନେ । ବିଜେପି କ୍ଷମତାକୁ ଆସିବା ପରେ ମିଶନଶକ୍ତି ବିଭାଗର ବଜେଟକୁ ଅଧା କରି ମିଶନଶକ୍ତିକୁ ପଙ୍ଗୁ କରିଦେଲା । ମହିଳାମାନଙ୍କ ପାଇଁ ବିଜେପି ସରକାର କରିଥିବା ସୁଭଦ୍ରା ଯୋଜନା ହେଉଛି ସବୁଠୁ ବଡ ପ୍ରହସନ ଓ ପ୍ରତାରଣା । ଅନ୍ୟ ରାଜ୍ୟ ଯଥା: ଦିଲ୍ଲୀରେ ୨୫୦୦ ଟଙ୍କା, ହରିୟାଣାରେ ୨୧୦୦ ଟଙ୍କା, କର୍ଣ୍ଣାଟକରେ ୨୦୦୦ ଟଙ୍କା, ମହାରାଷ୍ଟ୍ରରେ ୧୫୦୦ ଟଙ୍କା, ପଶ୍ଚିମବଙ୍ଗରେ ୧୫୦୦ ଟଙ୍କା, ମଧ୍ୟପ୍ରଦେଶରେ ୧୨୫୦ ଟଙ୍କା, ଝାଡ଼ଖଣ୍ଡରେ ୧୦୦୦ ଟଙ୍କା, ତାମିଲନାଡୁରେ ୧୦୦୦ ଟଙ୍କା ମହିଳା ମାନଙ୍କୁ ମାସିକ ଦିଆଯାଉଥିବା ବେଳେ ଓଡ଼ିଶାରେ ସୁଭଦ୍ରା ଯୋଜନାରେ ମହିଳା ମାନଙ୍କୁ ମାତ୍ର ୮୩୩ ଟଙ୍କା ଦିଆଯାଉଛି, ଯାହାକି ଅତି ଦୟନୀୟ । ଦିନକୁ ମାତ୍ର ୨୭ ଟଙ୍କାରେ ବିଜେପିର ନାରୀ ସଶକ୍ତିକରଣ ନାରା ହାସ୍ୟାସ୍ପଦ । ସୁଭଦ୍ରା ଯୋଜନାରେ ପାଖାପାଖି ୩ ଲକ୍ଷ ମହିଳା ବାଦ୍ ପଡିଥିବା ବେଳେ ୨୦ ହଜାର ଜୀବିତ ଲୋକଙ୍କୁ ମୃତ ଘୋଷଣା କରାଯାଇଛି । ଓଡ଼ିଶାରେ ୧୭ ଲକ୍ଷ ଲକ୍ଷପତି ଦିଦି ଥିବା ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ଡିଣ୍ଡିମ ପିଟୁଥିବା ବେଳେ ୨୦ ଅଗଷ୍ଟ ୨୦୨୫ ସଂସଦର ଉତ୍ତରରେ ଏହି ସଂଖ୍ୟା ୭ ଲକ୍ଷ ୮୦ ହଜାର ଦର୍ଶାଯାଇଛି । ତେଣୁ ଶ୍ରୀମତୀ ପ୍ରଭାତୀ ପରିଡ଼ା ଲକ୍ଷପତି ଦିଦିଙ୍କୁ ନେଇ ଡାହା ମିଛ କହୁଛନ୍ତି । ଜଣେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀଙ୍କ ଦାୟିତ୍ୱ ହେଉଛି ମହିଳାଙ୍କ ଅଧିକାର ସପକ୍ଷରେ କହିବା, କିନ୍ତୁ କିଛିଟା ଭୋଟ୍ ପାଇଁ ‘ବାହାଘର ପରେ ବାପା ଘର ବହୁଦୂର, ମାମୁଁ ଘର ସାତ ପର’ ମନ୍ତବ୍ୟ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ