ଜଙ୍ଗଲ, ଜମି ଓ ଜୀବିକାର ଅଧିକାର ଆଦିବାସୀଙ୍କୁ ଦେଇ ସଶକ୍ତ କରିଥିଲେ ନବୀନ ପଟ୍ଟନାୟକ: ପ୍ରତାପ ଜେନା
ନୂଆପଡା: ନୂଆପଡ଼ା ଉପନିର୍ବାଚନ ପୂର୍ବରୁ ବଢ଼ିଛି ବିଜେଡିର ବଳ । ଖୁତବେନ ଭେରା ପଞ୍ଚାୟତରେ ମିଶ୍ରଣ ପର୍ବରେ ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ ଆଜି ଶଙ୍ଖ ଶିବିରରେ ସାମିଲ ହୋଇ ବିଜେଡିର ବିଜୟ ସୁନିଶ୍ଚିତ କରିବା ପାଇଁ ଶପଥ ନେଇଛନ୍ତି । ଆଜି ନୂଆପଡା ବ୍ଲକ ଅନ୍ତର୍ଗତ ଭରୁଆମୁଣ୍ଡା ଗ୍ରାମପଞ୍ଚାୟତ ଅଧୀନ ଗୋଧାସ ଗାଁରେ ଆୟୋଜିତ ମହିଳା ସମାବେଶରେ ବିଜେଡିର ବରିଷ୍ଠ ନେତୃବୃନ୍ଦ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ସରକାର କରିଥିବା ବିଭିନ୍ନ ଜନହିତକାରୀ ଯୋଜନା ବିଷୟରେ ଅବଗତ କରିଥିଲେ ।
ଏହି ଅବସରରେ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା କହିଥିଲେ, ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆଦିବାସୀ ମହିଳାଙ୍କୁ ଜଙ୍ଗଲ, ଜମି ଓ ଜୀବିକା ଅଧିକାର ଦେଇ ସଶକ୍ତ କରିଛନ୍ତି । ସେହିପରି କେନ୍ଦୁପତ୍ର ତୋଳାଳୀ ମାନଙ୍କ ପାଇଁ ଯୋଜନା, ମହିଳାଙ୍କ ସୁରକ୍ଷା, ଶିକ୍ଷା, ସ୍ୱାସ୍ଥ୍ୟ ଓ ସ୍ୱାବଲମ୍ୱନ ନିମନ୍ତେ ଅନେକ ଯୋଜନା ପ୍ରଚଳନ କରିଥିଲେ । କିନ୍ତୁ ବର୍ତ୍ତମାନର ସରକାର ବିଭିନ୍ନ ଯୋଜନାକୁ ବନ୍ଦ କରିବା ଓ ଜନ ମଙ୍ଗଳକାରୀ ଯୋଜନାରୁ ସାଧାରଣ ଜନତାକୁ ବଞ୍ଚିତ କରିବାରେ ବ୍ୟସ୍ତ ବୋଲି ବକ୍ତାମାନେ କ୍ଷୋଭର ସହ କହିଥିଲେ । କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ତୁଷାରକାନ୍ତି ବେହେରା, ପୂର୍ବତନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇ, ପୂର୍ବତନ ମନ୍ତ୍ରୀ ସୁଦାମ ମାରାଣ୍ଡି, ପୂର୍ବତନ ବିଧାୟକ ମାନସ ମାଡକାମୀ ଓ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ସଞ୍ଜିତ ମହାନ୍ତି ଯୋଗଦେଇ ବିଜେଡିକୁ ବିପୁଳ ବିଜୟ ଦେବା ପାଇଁ ନିବେଦନ କରିଥିଲେ । ସମାବେଶରେ ବିଜେଡି କର୍ମୀ, ଯୁବ ଛାତ୍ର, ସ୍ଥାନୀୟ ଆଦିବାସୀ ଓ ମହିଳାମାନେ ଉପସ୍ଥିତ ଥିଲେ ।

