Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଆଉ ଉଡିବନି ମିଗ୍‌-୨୧ ବିମାନ! ଉଡାଣ ଉପରେ ରୋକ୍‌ ଲଗାଇଲା ବାୟୁସେନା

ନୂଆଦିଲ୍ଲୀ: ମିଗ୍‌-୨୧ ବିମାନ ଉଡାଣ ଉପରେ ଲାଗିଲା ରୋକ୍‌। ଭାରତୀୟ ବାୟୁସେନା ପକ୍ଷରୁ ମିଗ୍‌-୨୧ ବିମାନ ଉପରେ ଅସ୍ଥାୟୀ ଭାବେ ରୋକ ଲଗାଯାଇଛି ।

ସୂଚନା ଥାଉ କି, ମେ’୮ ତାରିଖରେ ରାଜସ୍ଥାନର ହନୁମାନ ଗଡ ଠାରେ ଭାରତୀୟ ବାୟୁସେନାର ମିଗ୍-୨୧ ବିମାନ ଦୁର୍ଘଟଣା ହୋଇଥିଲା। ଏହି ଦୁର୍ଘଟଣାରେ ୩ଜଣ ମହିଳାଙ୍କର ମୃତ୍ୟୁ ହୋଇଥିଲା । ଦୁଇଜଣ ପାଇଲଟ ଆହାତ ହୋଇଥିଲେ । ଏହାକୁ ଦୃଷ୍ଟିରେ ରଖି ବିମାନ ଉଡାଣ ଉପରେ ରୋକ୍‌ ଲାଗାଯାଇଛି। ଦୁର୍ଘଟଣାର ପ୍ରକୃତ କାରଣ ନ ଜାଣବା ପର୍ଯ୍ୟନ୍ତ ମିଗ୍-୨୧ ବିମାନର ସମସ୍ତ ଉଡାଣ ବନ୍ଦ ରହିବ ବୋଲି ବାୟୁସେନା ପକ୍ଷରୁ କୁହାଯାଇଛି।

ଏବେ ବାୟୁସେନା ନିକଟରେ ମିଗ୍-୨୧ର ୩ଟି ସ୍କାର୍ଡନ ରହିଛି । ଏସବୁ ବିମାନଗୁଡିକୁ ୨୦୨୫ ସୁଦ୍ଧା ଅବସର ଦେବାକୁ ବାୟୁସେନା ଯୋଜନା କରିଛି ।