Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସରିଲା ପ୍ରଚାର; କାଲିଠୁ ନୂଆପଡା ଉପନିର୍ବାଚନ ପାଇଁ ପଡିବ ଭୋଟ

ନୂଆପଡା: ସରିଲା ନିର୍ବାଚନୀ ପ୍ରଚାର | ଗତକାଲି ସନ୍ଧ୍ୟା ୬ ଘଟିକାରେ ଏହି ପ୍ରଚାର ସରିଛି | ଏହି ପ୍ରଚାରରେ ଯେପରି ୩ ଦଳଙ୍କ ମଧ୍ୟରେ ଘମାଘୋଟ ଲଢେଇ ଚାଲିଛି ତାକୁ ଦୃଷ୍ଟିରେ ରହି କିଏ ଏହି ନିର୍ବାଚନର ବାଜି ମାରିବ ତାହା କହିବା ମୁସ୍କିଲ୍ | ଦଳର ପ୍ରାର୍ଥୀ ଏବଂ କର୍ମୀଙ୍କ ମଧ୍ୟରେ ଚାଲିଛି ଜୋରଦାର ପ୍ରସ୍ତୁତି | ଆଉ କିଛି ଘଣ୍ଟାର ଅବଧି ପରେ ପ୍ରାର୍ଥୀଙ୍କ ଜୀବନର ସବୁଠୁ ବଡ ପରୀକ୍ଷା ଆରମ୍ଭ ହୋଇଯିବ | ସେହି ପରୀକ୍ଷାକୁ ନିର୍ଦ୍ଧାରଣ କରିବେ ନୂଆପଡା ବାସିନ୍ଦା |

ତେବେ ଏହି ପରୀକ୍ଷାକୁ ସ୍ୱଚ୍ଛତା ଏବଂ ସୁରକ୍ଷାର ସହ କରିବା ପାଇଁ ଜିଲ୍ଲା ଏବଂ ପୋଲିସ ପ୍ରଶାସନ ମଧ୍ୟ ବ୍ୟବସ୍ଥା କରିଛି | ତେବେ ଏହା ମଧ୍ୟରେ ମୋଟ ୧୪ ଜଣ ପ୍ରାଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୨ ଲକ୍ଷ ୫୩ ହଜାର ୬୨୪ ଜଣ ଭୋଟର | ତେବେ ଏହା କିପରି ଶାନ୍ତିଶୃଙ୍ଖଳା ଏବଂ ସୁରକ୍ଷାର ସହିତ ହେବ, ସେଥିପାଇଁ ପୋଲିସ ପାଟ୍ରୋଲିଂ ବ୍ୟବସ୍ଥା ସୁଦୃଢ କରିଛି ପୋଲିସ ବାହିନୀ | ସୀମାନ୍ତ ଅଞ୍ଚଳରେ ଗାଡିଗୁଡିକ ଯାଞ୍ଚ କରାଯାଉଛି | ନୂଆପଡାରେ ୪୭ ସମ୍ବେଦନଶୀଳ ବୁଥ ଅଛି | ସେହି ବୁଥମାନଙ୍କୁ କଡାକଡି ଭାବରେ ସୁରକ୍ଷା ପ୍ରଦାନ କରାଯାଉଛି |

ମଙ୍ଗଳବାର ଦିନ ଭୋଟ ପଡ଼ିବାର ପର୍ଯ୍ୟାୟ ଆରମ୍ଭ ହେବ | ଏଥିପାଇଁ ସମସ୍ତ ଚୂଡାନ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପଂହଁଚିଛି | ନିର୍ବାଚନ ପାଇଁ ମୋଟ ୩୫୮ ଟି ବୁଥ ମଧ୍ୟରୁ ମୋଟ ୪୭ଟି ସମ୍ବେଦନଶୀଳ ବୁଥ ଥିବା ବେଳେ ୮ ଟି ଅତି ସମ୍ବେଦନଶୀଳ ବୁଥ ଚିହ୍ନଟ କରାଯାଇଛି | ସୁନାବେଢା ଅଭୟାରଣ୍ୟ ମଧ୍ୟରେ ଥିବା ମାଓବାଦୀ ଅଞ୍ଚଳରେ ଏହି ୮ଟି ଅତି ସମ୍ବେଦନଶୀଳ ବୁଥ ଅନ୍ତର୍ଭୁକ୍ତ | ତେଣୁ ଏହି ବୁଥ ଉପରେ ପୋଲିସ ପକ୍ଷରୁ କଡା ସୁରକ୍ଷା ଦିଆଯାଉଛି| ଏହିସବୁ ପୁଲିଂ ପାର୍ଟିକୁ ନେବା ଆଣିବା ପାଇଁ ବାୟୁସେନା ତରଫରୁ ସ୍ୱତନ୍ତ୍ର ହେଲିକାଫ୍ଟର ବ୍ୟବସ୍ଥା କରାଯାଇଛି|

ତେବେ ଆଜି ମତଦାନ କେନ୍ଦ୍ରରେ ପହଁଚିବେ ପୋଲିଂ ପାର୍ଟି| ଇଭିଏମରେ କିପରି ଭାବରେ ମତଦାନ କରାଯିବ ତାହାକୁ ନେଇ ପୋଲିଂ ପାର୍ଟିଙ୍କୁ ପ୍ରଶିକ୍ଷଣ ମଧ୍ୟ ଦିଆଯାଇଛି| ମତଦାନ ଦିନ କେନ୍ଦ୍ରଗୁଡି଼କରେ ଅପରାହ୍ନ ୫ଟା ପର୍ଯ୍ୟନ୍ତ ସମୟସୀମା ରହିବ ଏବଂ ସମ୍ବେଦନଶୀଳ ବୁଥମାନଙ୍କରେ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମତଦାନର ସମୟସୀମା ରହିବ |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ