ଆଜିଠୁ ଆରମ୍ଭ ନୂଆପଡା ଉପନିର୍ବାଚନର ପ୍ରଥମ ପର୍ଯ୍ୟାୟ
ନୂଆପଡା;୧୧|୧୧: ଆଜିଠୁ ଆରମ୍ଭ ନୂଆପଡା ଉପନିର୍ବାଚନର ପ୍ରଥମ ପର୍ଯ୍ୟାୟ | ଏଥିପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି | ଉଭୟ ଭୋଟର ଏବଂ ପ୍ରାଥୀମାନଙ୍କ ମଧ୍ୟରେ ରହିଛି ଉତ୍କଣ୍ଠା ଏବଂ ଶଙ୍କା | ଗତ ମାସେ ହେଲା ନୂଆପଡା ଉପନିର୍ବାଚକୁ ନେଇ ୩ ଦଳଙ୍କ ମଧ୍ୟରେ କସରତ ଚାଲିଥିବା ମଧ୍ୟରେ ଏପଟେ ଭୋଟର ମାନେ ଆଜି ପ୍ରାଥୀଙ୍କ ଭାଗ୍ୟ ପରୀକ୍ଷା କରିବେ | ଭୋଟ ଦାନ କରିବା ପ୍ରକ୍ରିୟା ଆରମ୍ଭ ହୋଇସାରିଲାଣି | ହାତରେ କାଳି ଚିହ୍ନ ମାରି ଲୋକେ ନିଜର ମତଦାନ କରିସାରିଲେଣି | ତେବେ ଏହି ରାଜନୀତି ଖେଳରେ କିଏ ସମସ୍ତଙ୍କୁ ପଛରେ ପକାଇ ବାଜି ମାରିବ ତାହା ଦେଖିବା ବାକି ରହିଛି |
ନିର୍ବାଚନ ପାଇଁ ମୋଟ ୩୫୮ ଟି ବୁଥ ମଧ୍ୟରୁ ମୋଟ ୪୭ଟି ସମ୍ବେଦନଶୀଳ ବୁଥ ଥିବା ବେଳେ ୮ ଟି ଅତି ସମ୍ବେଦନଶୀଳ ବୁଥ ଚିହ୍ନଟ ହୋଇଥିଲା | ସୁନାବେଢା ଅଭୟାରଣ୍ୟ ମଧ୍ୟରେ ଥିବା ମାଓବାଦୀ ଅଞ୍ଚଳରେ ଏହି ୮ଟି ଅତି ସମ୍ବେଦନଶୀଳ ବୁଥ ଅନ୍ତର୍ଭୁକ୍ତ | ଭୋଟର କିପରି ଭାବରେ ନିଜର ମତ ଦେଇପାରିବେ ତାହା ଉପରେ କଡା ନଜର ରଖିଛି ପୋଲିସ | ଏହିସବୁ ପୁଲିଂ ପାର୍ଟିକୁ ନେବା ଆଣିବା ପାଇଁ ବାୟୁସେନା ତରଫରୁ ସ୍ୱତନ୍ତ୍ର ହେଲିକାଫ୍ଟର ବ୍ୟବସ୍ଥା କରାଯାଇଥିଲା |
ତେବେ କାଲିଠାରୁ ମତଦାନ କେନ୍ଦ୍ରରେ ପହଁଚିସାରିଥିଲେ ପୋଲିଂ ଟିମ | ଇଭିଏମରେ କିପରି ଭାବରେ ମତଦାନ କରାଯିବ ତାହାକୁ ନେଇ ପୋଲିଂ ପାର୍ଟିଙ୍କୁ ପ୍ରଶିକ୍ଷଣ ମଧ୍ୟ ଦିଆଯାଇଛି | ମତଦାନ ଦିନ କେନ୍ଦ୍ରଗୁଡି଼କରେ ଅପରାହ୍ନ ୫ଟା ପର୍ଯ୍ୟନ୍ତ ସମୟସୀମା ରହିବ ଏବଂ ସମ୍ବେଦନଶୀଳ ବୁଥମାନଙ୍କରେ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମତଦାନର ସମୟସୀମା ରହିବ |

