ଗଜପତି ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ଛେଳିଗଡ଼ ଜଳ ପ୍ରକଳ୍ପ ବିସ୍ଥାପିତ ଲୋକେ
ପାରଳାଖେମୁଣ୍ଡି;୧୩/୧(ଗରୁଡ ଧ୍ୱଜ ଚୌଧୁରୀ) ଗଜପତି ଜିଲ୍ଲା ଆର, ଉଦୟଗିରି ବ୍ଲକରେ ପ୍ରସ୍ତାବିତ ଛେଲିଗଡ଼ ପ୍ରକଳ୍ପ ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ବିସ୍ଥାପିତ ଲୋକେ ପୁଣି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ବିସ୍ଥାପିତଙ୍କୁ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ପ୍ରଶାସନ ଯେଉଁ ପ୍ରତିଶ୍ରୁତି ଦିଆଯାଇଥିଲା ତାହା ଆଜି ପର୍ଯ୍ୟନ୍ତ ପୂରଣ କରାଯାଇ ନ ଥିବା ଏହି ବିସ୍ଥାପିତମାନେ ଅଭିଯୋଗ କରିଛନ୍ତି. ଗଜପତି ଜିଲ୍ଲାର ଆର୍ ଇପଗିରି ବ୍ଳକର ଛେଳିଗଡ଼ ଠାରେ ବିଗତ ୨୦୦୫ରେ ଏହି ପ୍ରକଳ୍ପ ଆରମ୍ଭ ହୋଇଥିଲା. ସେହି ସମୟରେ ବିସ୍ଥାପିତଙ୍କୁ ଥଇଥାନ ପାଇଁ ୫ ଏକର ଜମି ସହ ବାସଗୃହ ନିର୍ମାଣ ପାଇଁ ୧୦ ଡେସିମିଲ ଜାଗା ଯୋଗାଇ ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା.ଏହାପରେ ସରକାର ପ୍ରସ୍ତାବିତ ପ୍ରକଳ୍ପ ଅଞ୍ଚଳରେ ବିସ୍ଥାପିତଙ୍କ ଜମିକୁ ସରକାର ଅଧୂଗ୍ରହଣ କରିଥିଲେ । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ବିସ୍ଥାପିତଙ୍କୁ କୌଣସି କ୍ଷତିପୂରଣ ମିଳିବା ତ ଦୂରର କଥା ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ସମୟରେ ସରକାର ଦେଇଥିବା ପ୍ରତିଶ୍ରୁତି ମଧ୍ୟରୁ ଅନେକ ପ୍ରତିଶ୍ରୁତି କାଟି ଦେଇଛନ୍ତି। ବର୍ତ୍ତମାନ ବିସ୍ଥାପିତଙ୍କୁ ଜୀବନଜୀଢିବା ପାଇଁ ୫ ଏକର – ଚାଷଜମି ଦେବା ପ୍ରତିଶ୍ରୁତିରୁ ଓକରି କେବଳ ଦୁଇ ଏକରଜମି ଯୋଗାଇ ଦିଆଯିବ ବୋଲି ୨୦୧୭ ମସିହାଲେ ତତକାଳୀନ ରାଜ୍ୟ ସରକାର ନିଷ୍କରି ନେଇଥିଲେ। କିନ୍ତୁ ତାହା ବର୍ତମାନ ସୁଦ୍ଧା କାହାରିକୁ ମିଳିପାରିନାହିଁ। ଯାହାକୁ ନେଇ ଆଜି ପ୍ରକଳ୍ପ ଅଞ୍ଚଳର ବିସ୍ଥାପିତ ଗ୍ରାମର ଲୋକେ ଜିଲ୍ଲାପାଳଙ୍କୁ ଭେଟି ଗୁହାରି ଜଣାଇଛନ୍ତି.

