Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୨୦୦୦ ଟଙ୍କିଆ ନୋଟ୍‌ ଦେଇ ସୁନା କିଣୁଛନ୍ତି ଲୋକେ; ବଢୁଛି ସୁନା ଚାହିଦା

ଭୁବନେଶ୍ବର: ଆଉ ଚଳିବନି ୨୦୦୦ ଟଙ୍କିଆ ନୋଟ। ଆରବିଆର ଏହି ପ୍ରତ୍ୟାହାର ଘୋଷଣା ପରେ ଏବେ ଚିନ୍ତାରେ ପଡିଯାଇଛନ୍ତି ବ୍ୟବସାୟୀ । ତେବେ ଯେଉଁମାନଙ୍କ ପାଖରେ ଏହି ନୋଟ ବେଆଇନ ଭାବେ ଗଚ୍ଛିତ ରହିଛି ସେମାନେ ଏବେ ସେହି ଟଙ୍କାରେ ସୁନା କିଣୁଥିବା ଦେଖିବାକୁ ମିଳିଛି । ଏହା ଫଳରେ ବଢିବାରେ ଲାଗିଛି ସୁନା ଚାହିଦା। ଗ୍ରାହକଙ୍କ ଚାହିଦାକୁ ଦେଖି ବଡ ବଡ ସହରେ ସୁନା ମୂଲ୍ୟ ବୃଦ୍ଧି ହୋଇଥିବା ଦେଖିବାକୁ ମିଳିଛି। ମୁମ୍ବାଇ, ଦିଲ୍ଲୀ, ସୁରଟ ଭଳି ସହରରେ ବଢୁଛି ସୁନା ମୂଲ୍ୟ।

ଗୁଜରାଟରେ ୧୦ ଗ୍ରାମ ସୁନାର ମୂଲ୍ୟ ୭୦ ହଜାର ଟଙ୍କାରେ ପହଞ୍ଚିଛି । ଏହାସହ ଲୋକେ ୨୦୦୦ ଟଙ୍କିଆ ନୋଟ ନେଇ ତେଲ ପକାଉଥିବା ଦେଖିବାକୁ ମିଳିଛି । ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବ୍ୟାଙ୍କରେ ୨୦୦୦ ଟଙ୍କିଆ ନୋଟ ବଦଳାଇ ହେବ ବୋଲି ଆରବିଆଇ କହିଛି। ଏଥିପାଇଁ କୌଣସି ପରିଚୟ ପତ୍ରର ଆବଶ୍ୟକତା ନାହିଁ ବୋଲି ଏସବିଆଇ ପକ୍ଷରୁ କୁହାଯାଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ