Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

PNB Bank Fraud: ବ୍ୟାଙ୍କ ଖାତାରୁ କୋଟି କୋଟି ଟଙ୍କା ଗାଏବ! ୯୪ ଲକ୍ଷ ଥିଲା, ରହିଗଲା ମାତ୍ର ୧୬ ହଜାର

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ଗ୍ରେଟର ନୋଏଡା ସେକ୍ଟର ପାଇ-୧ ସ୍ଥିତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (PNB) ଶାଖାରେ ଖାତାଧାରୀଙ୍କ କୋଟି କୋଟି ଟଙ୍କା ଗାଏବ ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି। ଅଭିଯୋଗ ଅନୁସାରେ, ଅନେକ ଗ୍ରାହକଙ୍କ ଫିକ୍ସଡ୍ ଡିପୋଜିଟ୍‌ (FD) ଅବଧି ପୂର୍ବରୁ ଭାଙ୍ଗି ଟଙ୍କା ଅନ୍ୟ ଖାତାକୁ ଟ୍ରାନ୍ସଫର୍ କରାଯାଇଛି। ଏହି ଘଟଣାକୁ ନେଇ ଖାତାଧାରୀଙ୍କ ମଧ୍ୟରେ ଚିନ୍ତା ବଢ଼ିଛି।

ଜଣେ ଖାତାଧାରୀଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ଖାତାରେ ୯୪ ଲକ୍ଷ ଟଙ୍କା ଥିବାବେଳେ ଏବେ ମାତ୍ର ୧୬ ହଜାର ଟଙ୍କା ରହିଛି। ସେହିପରି ଅନ୍ୟ ଏକ ପରିବାର ନିଜ ଖାତାରୁ ପ୍ରାୟ ୧ କୋଟି ୧୮ ଲକ୍ଷ ଟଙ୍କା ଗାଏବ ହୋଇଥିବା ଅଭିଯୋଗ କରିଛି। ଏପର୍ଯ୍ୟନ୍ତ ୧୬ ଜଣ ଏନେଇ ପୁଲିସରେ ଅଭିଯୋଗ କରିଛନ୍ତି।

ଘଟଣା ପରେ ବ୍ୟାଙ୍କ ପରିଚାଳନା ପକ୍ଷରୁ ଶାଖା ପରିଚାଳକଙ୍କ ସମେତ ୫ ଜଣ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି। ଅନ୍ୟପଟେ ପୁଲିସ ଏବଂ ବ୍ୟାଙ୍କର ଦୁର୍ନୀତି ନିରୋଧୀ ଟିମ୍ ଘଟଣାର ତଦନ୍ତ କରୁଛନ୍ତି। ଟଙ୍କା କେଉଁ ଖାତାକୁ ଯାଇଛି ଏବଂ ଏହା ପଛରେ କାହାର ସମ୍ପୃକ୍ତି ରହିଛି, ତାହା ତଦନ୍ତ ପରେ ସ୍ପଷ୍ଟ ହେବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ