Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭାରତ ସହ ପୂର୍ଣ୍ଣାଙ୍ଗ ଯୁଦ୍ଧ ପାଇଁ ପ୍ରସ୍ତୁତ ପାକିସ୍ତାନ: ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫ

ନୂଆଦିଲ୍ଲୀ, ୨୦|୧୧: ଗତ ନଭେମ୍ବର ୬ ତାରିଖରେ ଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା ବିସ୍ଫୋରଣ ଘଟଣାରେ ଏନ୍‌ଆଇଏ ଜୋରଦାର ତଦନ୍ତ ଆରମ୍ଭ କରିଛି ଏବଂ ଏଥିରେ ପାକିସ୍ତାନୀ ଲିଙ୍କ୍‌କୁ ମଧ୍ୟ ଅନୁଧ୍ୟାନ କରାଯାଉଛି। ଏ ବିସ୍ଫୋରଣ ଘଟଣାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ କଡ଼ା ଚେତାବନୀ ଦେଇ କହିଥିଲେ ଯେ, ଦୋଷୀ ପାତାଳରେ ଥିଲେ ମଧ୍ୟ ତାକୁ ଖୋଜି କଠୋର ଦଣ୍ଡ ଦିଆଯିବ| ଅନ୍ୟପଟେ ପାକିସ୍ତା‌ନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ ଆଜି ଭାରତକୁ ଯୁଦ୍ଧର ଧମକ ଦେଇ ଉତ୍ତେଜନାକୁ ଆହୁରି ବଢ଼ାଇଛନ୍ତି। ସେ କହିଛନ୍ତି ଯେ, ଭାରତ ସହ ଯୁଦ୍ଧ ପାଇଁ ଆମେ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ଅଛୁ ଏବଂ ପାକିସ୍ତାନ ସେନା ସେଥିପାଇଁ ସଜାଗ ଅଛି ବୋଲି ଖୱାଜା ଆସିଫ ‌ଏକ ଟେଲିଭିଜନ ସାକ୍ଷାତକାରରେ କହିଛନ୍ତି।

ବର୍ତ୍ତମାନର ସୀମା ସଙ୍କଟ ବିବାଦ ମଧ୍ୟରେ ଯେକୌଣସି ସମୟରେ ଆମେ ଭାରତ ଓ ଆଫଗାନିସ୍ତାନ ସହ ଯୁଦ୍ଧ କରିବା ପାଇଁ ପ୍ରସ୍ତୁତ ଅଛୁ ବୋଲି ସେ କହିଛନ୍ତି। ଗତକାଲି ଭାରତର ସେନାମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ ‘ଅପରେସନ ସିନ୍ଦୂର’କୁ ଏକ ‘୮୮ ଘଣ୍ଟିଆ ଟ୍ରେଲର’ ବୋଲି କହିବା ସହ ପାକିସ୍ତାନକୁ ଉଚିତ ଶିକ୍ଷା ଦେବାକୁ ଆମେ ପ୍ରସ୍ତୁତ ବୋଲି ଏକ ମନ୍ତବ୍ୟ ଦେଇଥିଲେ | ଯାହାର ଜବାବରେ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫ ଆଜି ଭାରତ ସହିତ ପୂର୍ଣ୍ଣାଙ୍ଗ ଯୁଦ୍ଧ କରିବା ନେଇ ବୟାନ ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ