Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

CJP Leaders Released: ଅଭିଜିତ ଦୀପକେ, ସୌରଭ ଦାସ ଓ ଆଶୁତୋଷ ରଙ୍କାଙ୍କୁ ମୁକ୍ତ କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ

ଦିଲ୍ଲୀର ଏକ୍‌ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ କୋର୍ଟ CJP ନେତା ଅଭିଜିତ ଦୀପକେ, ସୌରଭ ଦାସ ଓ ଆଶୁତୋଷ ରଙ୍କାଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। CJPର ଆଇନ ବିଭାଗ ମୁଖ୍ୟ ରତ୍ନା ସିଂହ ଏହି ସୂଚନା ଦେଇଛନ୍ତି।

ତେବେ ଏହି ମୁକ୍ତି ସହ ଏକ ସର୍ତ୍ତ ରଖାଯାଇଛି। ଆସନ୍ତା ଏକ ବର୍ଷ ପର୍ଯ୍ୟନ୍ତ ତିନିଜଣ ନେତା ଶାନ୍ତିଭଙ୍ଗ କରିବା ଭଳି କୌଣସି କାର୍ଯ୍ୟରେ ଜଡ଼ିତ ହେବେ ନାହିଁ। ପୂର୍ବରୁ ସେମାନଙ୍କୁ ପ୍ରତିଷେଧମୂଳକ ଭାବେ ଅଟକ ରଖାଯାଇଥିଲା।

ଏହାପରେ ତିନିଜଣଙ୍କୁ ଦିଲ୍ଲୀ କ୍ୟାଣ୍ଟ ପୋଲିସ ଷ୍ଟେସନ୍ ଅଧୀନ ଦକ୍ଷିଣ-ପଶ୍ଚିମ ଜିଲ୍ଲାର ସ୍ପେଶାଲ୍ ଏକ୍‌ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ କୋର୍ଟରେ ହାଜର କରାଯାଇଥିଲା। ସେଠାରେ କୋର୍ଟ ସେମାନଙ୍କୁ ସର୍ତ୍ତସାପେକ୍ଷ ମୁକ୍ତି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ