Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହଠାତ୍‌ ଅସୁସ୍ଥ ହୋଇପଡ଼ିଲେ ଆପ୍ ନେତା ସତ୍ୟେନ୍ଦ୍ର ଜୈନ୍‌; ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ: ଅର୍ଥ ହେରଫେର ମାମଲାରେ ପ୍ରାୟ ଏକ ବର୍ଷ ଧରି ତିହାର ଜେଲରେ ରହୁଥିବା ଆମ୍ ଆଦମୀ ପାର୍ଟି ନେତା ସତ୍ୟେନ୍ଦ୍ର ଜୈନ୍‌ ଅସୁସ୍ଥ। ତାଙ୍କ ସ୍ୱାସ୍ଥ୍ୟବସ୍ଥା ହଠାତ୍ ଖରାପ ହୋଇଯିବାରୁ ତାଙ୍କୁ ସଫଦରଜଙ୍ଗ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି। ଗତ ସପ୍ତାହରେ ଶୁଣାଣି ସମୟରେ ସତ୍ୟେନ୍ଦ୍ର ଜୈନ୍‌ଙ୍କ ଓକିଲ ସୁପ୍ରିମକୋର୍ଟଙ୍କୁ କହିଥିଲେ ଯେ ଜେଲରେ ଆପ୍‌ ନେତାଙ୍କ ଓଜନ ପ୍ରାୟ ୩୫ କିଲୋ ହ୍ରାସ ପାଇଛି। ତାଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍‌ ନାହିଁ।

ବାସ୍ତବରେ, ମେ ୧୮ ରେ ସୁପ୍ରିମକୋର୍ଟରେ ଜାମିନ ଆବେଦନ ଶୁଣାଣି ବେଳେ ଓକିଲ ତାଙ୍କ ସ୍ୱାସ୍ଥ୍ୟ ସମସ୍ୟା ସମ୍ପର୍କରେ କୋର୍ଟଙ୍କୁ କହିଥଇଲେ। ଏହି ମାମଲା ଉପରେ ଆଉ ଥରେ ବିଚାର କରିବାର ଆବଶ୍ୟକତା ରହିଛି ବୋଲି ସେ କୋର୍ଟଙ୍କୁ କହିଥିଲେ।

ଉଲ୍ଲେଖ ଥାଉ କି, ୨୦୧୭ରେ ଦୁର୍ନୀତି ନିବାରଣ ଆଇନ ଅନୁଯାୟୀ ସିବିଆଇ ଦ୍ବାରା ସତ୍ୟେନ୍ଦ୍ର ଜୈନ୍‌ଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା। ଏଫଆଇଆର ଆଧାରରେ ତାଙ୍କୁ ପ୍ରାୟ ଏକ ବର୍ଷ ପୂର୍ବେ ମନି ଲଣ୍ଡରିଂ ମାମଲାରେ ଗିରଫ କରାଯାଇଥିଲା। ୨୦୨୨ ମସିହାରେ, ନିମ୍ନ ଅଦାଲତ ଅର୍ଥ ହେରଫେର ମାମଲାରେ ଚାରିଟି ସଂସ୍ଥା ସମେତ ଜୈନ, ତାଙ୍କ ପତ୍ନୀ ଏବଂ ଅନ୍ୟ ଆଠଜଣଙ୍କ ବିରୋଧରେ ଇଡି ଦାଖଲ କରିଥିବା ଚାର୍ଜସିଟ୍‌କୁ ଗ୍ରହଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ