ଆକ୍ସନ ମୁଡ୍‌ରେ ସିଦ୍ଦରମୈୟା; ସିଦ୍ଦରମୈୟାଙ୍କ ନୀତିକୁ ସମାଲୋଚନା କରି ଫସିଲେ ଶିକ୍ଷକ, ଚାକିରିରୁ ହେଲେ ବିଦା


ବେଙ୍ଗାଲୁରୁ: ନିକଟରେ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ସିଦ୍ଦରମୈୟା। ମୁଖ୍ୟମନ୍ତ୍ରୀ ହେବା ପରେ ଆକ୍ସନ ମୁଡ୍‌ରେ ଆସିଛନ୍ତି ସିଦ୍ଦରମୈୟା। ଫେସବୁକରେ ସିଦ୍ଦରମୈୟାଙ୍କ ନୀତିକୁ ସମାଲୋଚନା କରିବା ଜଣେ ଶିକ୍ଷକଙ୍କୁ ଭାରି ପଡ଼ିଥିବା ଦେଖିବାକୁ ମିଳିଛି। ଶିକ୍ଷକ ଜଣଙ୍କ କର୍ଣ୍ଣାଟକର ବିଭିନ୍ନ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକାଳ ଓ ସେହି ସମୟରେ ହୋଇଥିବା ଋଣର ତର୍ଜମା କରିଥିଲେ । ଯେଉଁଥିରେ ଉଲ୍ଲେଖ କରିଥିଲେ, ସିଦ୍ଦରମୈୟାଙ୍କ ସରକାର ସମୟରେ ସବୁଠୁ ଅଧିକ ଋଣ ହୋଇଛି ।

ଏହା ପରେ ଉକ୍ତ ଶିକ୍ଷକଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା। ସରକାରୀ ଶିକ୍ଷକ ଜଣଙ୍କ ବିଶେଷ କରି ସରକାରଙ୍କ ମାଗଣା ପ୍ରତିଶ୍ରୁତି ଉପରେ ପ୍ରଶ୍ନ କରି ଏପରି କହିଥିବା ଜଣାପଡ଼ିଛି ।

ସୂଚାନା ଅନୁଯାୟୀ ଶିକ୍ଷକ ଜଣଙ୍କ କହିଛନ୍ତି, କୃଷ୍ଣାଙ୍କ ଠାରୁ ନେଇ ସେଟ୍ଟରଙ୍କ ଯାଏ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ୭୧, ୩୩୧ କୋଟି ଋଣ ନିଆ ଯାଇଥିଲା । କିନ୍ତୁ ସିଦ୍ଦରମୈୟାଙ୍କ କାର୍ଯ୍ୟକାଳ (୨୦୧୩-୧୮) ମଧ୍ୟରେ ଋଣ ୨, ୪୨, ୦୦୦ କୋଟି ଛୁଇଁଥିଲା ।