ଆପଣଙ୍କ ପାଖ ସହରରେ ସୁନା ଦର କେତେ ରହିଛି ,ଜାଣନ୍ତୁ…..
ବିବାହ ଋତୁ ଆରମ୍ଭ ହୋଇଛି | ସୁନା କିଣିବା ପାଇଁ ଗ୍ରାହକଙ୍କ ସୁନା ଦୋକାନରେ ଗହଳି ଜମିଛି | ତେବେ ସୁନା କିଣିବା ପୂର୍ବରୁ ସୁନା ମୂଲ୍ୟ ଉପରେ ଆଖି ପକାଇ ନିୟନ୍ତୁ | ବର୍ତ୍ତମାନ ସୁନା ଦରରେ ବୃଦ୍ଧି ପାଇଛି | ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୨୭,୦୪୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୧,୧୬,୪୫୦ ଟଙ୍କା ଛୁଇଁଛି ।
ସେହିପରି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୨୭,୦୪୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ହଜାର ୧,୧୬,୪୫୦ ଟଙ୍କାକୁ ପହଞ୍ଚିଛି । ସେହିପରି ମୁମ୍ବାଇରେ ୨୪ କ୍ୟାରେଟ୍ ମୂଲ୍ୟ ୧,୨୭,୦୪୦ ଟଙ୍କା ଓ ୨୨ କ୍ୟାରେଟ୍ ମୂଲ୍ୟ ୧,୧୬,୪୫୦ ଟଙ୍କା ରହିଛି । ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ୧,୨୭,୧୯୦ ଟଙ୍କା ଓ ୨୨ କ୍ୟାରେଟ୍ ୧,୧୬,୬୦୦ ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୪ କ୍ୟାରେଟ ମୂଲ୍ୟ ୧,୨୭,୮୬୦ ଟଙ୍କା ଥିବା ବେଳେ ୨୨ କ୍ୟାରେଟ ମୂଲ୍ୟ ୧,୧୭,୨୦୦ ଟଙ୍କା ରହିଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୧,୨୭,୦୪୦ ଓ ୧,୧୬,୪୫୦ ଟଙ୍କା ରହିଛି । ଅନ୍ୟପଟେ ରୂପା ମୂଲ୍ୟ କିଲୋ ପିଛା ୧, ୬୭,୦୦୦ ଟଙ୍କା ହୋଇଛି ।
ଯଦି ଆପଣ ସୁନାର ଶୁଦ୍ଧତା ଯାଞ୍ଚ କରିବାକୁ ଚାହୁଁଛନ୍ତି, ତେବେ ଆପଣ ‘BIS Care app’ରେ ଯାଞ୍ଚ କରିପାରିବେ । ସୁନାର ଲାଇସେନ୍ସ ନମ୍ବର, ହଲମାର୍କ କିମ୍ବା ପଞ୍ଜୀକରଣ ସଂଖ୍ୟା ଭୁଲ ଥିଲେ, ଆପଣ ସିଧାସଳଖ ସରକାରଙ୍କ ନିକଟରେ ଅଭିଯୋଗ କରିପାରିବେ। ଅଭିଯୋଗ କରିବା ପରେ ଏହି ପ୍ରସଙ୍ଗରେ କ’ଣ ପଦକ୍ଷେପ ନିଆଯାଇଛି ସେ ସମ୍ବନ୍ଧରେ ମଧ୍ୟ ସୂଚନା ପାଇପାରିବେ | ସୁନା ସର୍ବଦା ଭାରତୀୟ ମାନକ ବ୍ୟୁରୋ (BIS) ଦ୍ୱାରା ପ୍ରମାଣିତ AZ4524 ହଲମାର୍କିଂ ସୁନା କିଣନ୍ତୁ । ହଲମାର୍କିଂ ସୁନାର କ୍ୟାରେଟେଜ୍ ସୂଚାଇଥାଏ । କ୍ରୟ ଦିନ ସୁନାର ସଠିକ୍ ଓଜନ ଏବଂ ଏହାର ମୂଲ୍ୟକୁ ଅନେକ ଉତ୍ସ (ଯେପରିକି ଇଣ୍ଡିଆ ବୁଲିଅନ୍ ଆଣ୍ଡ୍ ଜୁଏଲର୍ସ ଆସୋସିଏସନ୍ ୱେବସାଇଟ୍) ସାହାଯ୍ୟରେ ଯାଞ୍ଚ କରନ୍ତୁ । ସୁନାର ମୂଲ୍ୟ ୨୪କ୍ୟାରେଟ୍, ୨୨କ୍ୟାରେଟ୍ ଏବଂ ୧୮କ୍ୟାରେଟ୍ ଉପରେ ନିର୍ଭର କରି ଭିନ୍ନ ଭିନ୍ନ ରହିଥାଏ |

