ଜୁବିନଙ୍କ ମୃତ୍ୟୁ ଦୁର୍ଘଟଣା ନୁହେଁ ବରଂ ଏହା ଏକ ହତ୍ୟା: ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା
ଆସାମ,୨୬|୧୧: ଆସାମୀ ସିଙ୍ଗର ଜୁବିନ୍ ଗର୍ଗଙ୍କ ମୃତ୍ୟୁ ଏକ ଦୁର୍ଘଟଣା ନୁହେଁ, ବରଂ ତାଙ୍କୁ ହତ୍ୟା କରାଯାଇଛି। ଜୁବିନଙ୍କୁ ଜଣେ ହତ୍ୟା କଲେ, ଅନ୍ୟମାନେ ସହାୟତା କରିଥିଲେ। ଜୁବିନଙ୍କ ମୃତ୍ୟୁ ରହସ୍ୟ ଉପରେ ଆସାମ ବିଧାନସଭାରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଏଭଳି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଜୁବିନଙ୍କ ମୃତ୍ୟୁ କୌଣସି ଦୁର୍ଘଟଣା କି ଅପରାଧିକ ଷଡ଼ଯନ୍ତ୍ର ନଥିଲା। ବରଂ ସିଙ୍ଗାପୁରରେ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇ ଥିଲା।
ତେବେ ତଦନ୍ତର ପ୍ରଥମ ପର୍ଯାୟରୁ ଏକଥା ସ୍ପଷ୍ଟ ହୋଇଥିଲା। ଏଥିପାଇଁ ଜୁବନିଙ୍କ ମୃତ୍ୟୁର ୩ଦିନ ପରେ ମାମଲାରେ ଲାଗିଥିଲା BNS ଧାରା ୧୦୩। ଏହି ମାମଲାରେ ଆସାମ ପୋଲିସର କ୍ରାଇମବ୍ରାଞ୍ଚ ଦ୍ବାରା ଗଠନ ହୋଇଥିବା ଏସଆଇଟି ଏବେ ସୁଦ୍ଧା ୭ ଜଣଙ୍କୁ ଗିରଫ କରିଛି। ଏବଂ ୨୫୨ ଜଣଙ୍କ ସାକ୍ଷ୍ୟ ପ୍ରମାଣ ଭାବେ ଗ୍ରହଣ ହୋଇଛି।
ଅଭିଯୁକ୍ତ ମାନଙ୍କ ମଧ୍ୟରୁ ଜଣେ ଜୁବିନଙ୍କୁ ହତ୍ୟା କରିଥିବା ବେଳେ ଅନ୍ୟମାନେ ତାକୁ ଏ ଅପରାଧିକ କାର୍ଯ୍ୟରେ ସହାୟତା କରିଥିଲେ। ହତ୍ୟା ମାମଲାରେ ୪-୫ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି। ସୂଚନା ଅନୁସାରେ, ସେପ୍ଟେମ୍ବର ୧୯ ତାରିଖରେ ସିଙ୍ଗାପୁରରେ ରହସ୍ୟଜନକ ଭାବରେ ଜୁବିନ୍ ଗର୍ଗଙ୍କ ମୃତ୍ୟୁ ହୋଇଥିଲା।

