Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜିଠୁ ଆରମ୍ଭ ୨ହଜାର ଟଙ୍କିଆ ନୋଟ ବଦଳ ପ୍ରକ୍ରିୟା

ଭୁବନେଶ୍ବର: ଆଜିଠୁ ଆରମ୍ଭ ୨ହଜାର ଟଙ୍କିଆ ନୋଟ ବଦଳ ପ୍ରକ୍ରିୟା। ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବଦଳେଇ ପାରିବେ ୨୦୦୦ ଟଙ୍କିଆ ନୋଟ୍‌। ଦେଶର ଯେକୌଣସି ବ୍ୟାଙ୍କରେ ଲୋକେ ଏହି ସୁବିଧା ପାଇପାରିବେ । ଏହାକୁ ଦୃଷ୍ଟିରେ ରଖି ସମସ୍ତ ବ୍ୟାଙ୍କଗୁଡିକ ଲାଗି ଗାଇଡଲାଇନ ଜାରି କରିଛି ଆରବିଆଇ।

ବ୍ୟାଙ୍କ ଗୁଡିକରେ ନୋଟ୍ ବଦଳାଇବାକୁ ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ଆରବିଆଇ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ସେପ୍ଟେମ୍ବର ୩୦ ପରେ ୨ ହଜାର ଟଙ୍କିଆ ନୋଟ୍ ବୈଧ ରହିବ ବୋଲି ମଧ୍ୟ ସେ କହିଛନ୍ତି । ନୋଟ୍ ବଦଳାଇବା ବେଳେ କୌଣସି ତଥ୍ୟ ଦେବାକୁ ପଡିବ ନାହିଁ କିନ୍ତୁ ୫୦ ହଜାର ଟଙ୍କାରୁ ଅଧିକ ୨ ହଜାର ଟଙ୍କିଆ ନୋଟ୍ ବଦଳାଇଲେ ତଥ୍ୟ ଦେବାକୁ ହେବ ବୋଲି ଗଭର୍ଣ୍ଣର କହିଛନ୍ତି ।

ଅନ୍ୟପଟେ ଏଭଳି ନିଷ୍ପତ୍ତିକୁ ନେଇ ବିରୋଧୀ ଦଳ କେନ୍ଦ୍ର ସରକାରକୁ ସମାଲୋଚନା କରିଥିବା ଦେଖିବାକୁ ମିଳିଛି। ଏହାରି ଭିତରେ ନୋଟ ବଦଳକୁ ନେଇ ଲୋକଙ୍କ ମନରେ ଥିବା ସମସ୍ତ ଦ୍ବନ୍ଦ୍ବକୁ ମଧ୍ୟ ଦୂର କରିଛନ୍ତି ଆରବିଆଇ ଗଭର୍ଣ୍ଣର।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ