Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ:ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡିଙ୍କ ଘୋଷଣା

ହାଇଦରାବାଦ,୮|୧୨: ଆମେରିକା ରାଷ୍ଟ୍ରପତିଙ୍କ ନାମରେ ଭାରତରେ ତିଆରି ହେବ ସଡକ | ହଁ ଏକଥା ସତ | ହାଇଦରାବାଦ ସ୍ଥିତ ଏହି ସଡ଼କକୁ ନାମିତ କରାଯିବାର ନିଷ୍ପତ୍ତି ହୋଇଛି | ସୂଚନା ଅନୁସାରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ ସଡକକୁ ତାଙ୍କ ନାମରେ ନାମିତ କରିବା ଲାଗି ତେଲଙ୍ଗାନା ସରକାର ନିଷ୍ପତ୍ତି ନେଇଛନ୍ତି।

ହାଇଦରବାଦର ଯେଉଁ ରାସ୍ତାରେ ଆମେରିକାର ବାଣିଜ୍ୟିକ ଦୂତାବାସ ରହିଛି ସେହି ରାସ୍ତାକୁ ଟ୍ରମ୍ପଙ୍କ ନାମରେ ନାମିତ କରାଯାଇ ସଡକର ନାମ ଡୋନାଲ୍ଡ ଟ୍ରମ୍ପ ଆଭେନ୍ୟୁ ରଖାଯିବ। ସଡକର ଏପରି ନାମ ପରିବର୍ତ୍ତନ କରିବା ସମ୍ପର୍କରେ ତେଲଙ୍ଗାନାର ସରକାର ଆଗାମୀ ଦିନରେ ବୈଦେଶିକ ମନ୍ତ୍ରଣାଳୟ ଓ ଆମେରିକା ଦୂତାବାସକୁ ଚିଠି ଲେଖିବେ। ତେବେ ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡି ଆମେରିକା-ଭାରତ ଷ୍ଟ୍ରାଟେଜିକ୍ ପାର୍ଟନରସିପ୍ ଫୋରମ୍ (ୟୁଏସ୍ଆଇଏସ୍‌ପିଏଫ୍)କୁ ସମ୍ବୋଧନ କାଳରେ ହାଇଦରାବାଦର ପ୍ରମୁଖ ରାସ୍ତାର ନାମ ଟ୍ରମ୍ପଙ୍କ ନାମରେ ନାମିତ କରିବାକୁ ଘୋଷଣା ମଧ୍ୟ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଆଧାରରେ ରାଜ୍ୟ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି ବୋଲି ସୂଚନା ରହିଛି |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ