Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମଦ ପିଇ ମାତାଲ ହେଲେ ଯୁବତୀ, ଟେନସନ୍ ରେ ରାପିଡୋ ଚାଳକ

ନୂଆଦିଲ୍ଲୀ: ନାଲି ପାଣି ନିଶାରେ ମାତାଲ ହେଲେ ଯୁବତୀ | ପିଇବା ପରେ ନିଜର ହିତାହତ ଜ୍ଞାନ ଭୁଲି ଗଲେ | ଦିନ ରାତିର ଆଉ ସମୟ ଜ୍ଞାନ ରହିଲା ନାହିଁ | ସାଙ୍ଗ ସାଥୀଙ୍କ ସହ ମିଶି ମଦ ପିଇଲେ ଏବଂ ମଉଜ ମଜଲିସ କଲେ | ପରେ ଘରକୁ କିପରି ଯିବେ ଚିନ୍ତା କରି ରାପିଡୋରେ ବାଇକ ବୁକ କଲେ | ତେବେ ଗାଡି ବୁକ ହେଲା ଏବଂ ରାପିଡୋ ଚାଳକ ମଧ୍ୟ ସଠିକ ସମୟରେ ପହଁଚିଲେ | ଯୁବତୀ ଜଣଙ୍କ ଗାଡ଼ିରେ ବସିଲେ ଏବଂ ଗାଡି ଆଗକୁ ବି ବଢ଼ିଲା କିନ୍ତୁ କିଛି ସମୟ ପରେ ଚାଳକଙ୍କ ମୁଣ୍ଡରୁ ବୁଦ୍ଧି ହଜିଗଲା | କଣ କରିବେ କିଛି ଜାଣି ପାରିଲେ ନାହିଁ |

ଯୁବତୀ ଜଣଙ୍କ ପୁରା ନିଶାରେ ବୁଡିକି ଥିଲେ, ଘରକୁ କ’ଣ ଯିବେ ? କିଛି ବାଟ ଯିବା ପରେ ରାସ୍ତାରେ ଅଚେତ୍ ହୋଇଗଲେ। ଚାଳକ ତାଙ୍କୁ ଉଠାଇବାକୁ ବହୁତ ଚେଷ୍ଟା କରିଥିଲେ | କିନ୍ତୁ ଯୁବତୀ ଜଣଙ୍କ ଅତ୍ୟଧିକ ନିଶାସକ୍ତ ଅବସ୍ଥାରେ ରହିଥିବା ହେତୁ ବାରମ୍ବାର ପଡି ଯାଉଥିଲେ | ଏଭଳି ମାତାଲ ଯୁବତୀଙ୍କୁ ଗାଡ଼ିରେ ବସାଇଥିବାରୁ ଅଧା ବାଟରେ ମୁଣ୍ଡ ପିଟିଲେ ରାପିଡୋ ଚାଳକ | ନା ଆଗକୁ ଗାଡି ଚଳାଇ ପାରୁଛନ୍ତି ନା ତାକୁ ଅଧା ଜାଗାରେ ଛାଡି ପାରୁଛନ୍ତି | ଅଧାରେ ଫସିଯାଇଥିଲେ ଚାଳକ। ତେବେ ଏଭଳି ଘଟଣା ଘଟିଛି ଭାରତର ରାଜଧାନୀ ନୂଆଦିଲ୍ଲୀରେ | ଯାହାର ଭିଡିଓ ଭାଇରଲ ହେବାରେ ଲାଗିଛି |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ